ସାଉଦି କ୍ରାଉନ୍ ପ୍ରିନ୍ସଙ୍କ ବିମାନରେ ଆମେରିକା ପହଞ୍ଚିଲେ ଇମ୍ରାନ

ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ୭୪ତମ ଜାତିସଂଘ ସାଧାରଣ ଅଧିବେଶନରେ ଭାଗ ନେବାପାଇଁ ଆଜି ସାଉଦି ଆରବର କ୍ରାଉନ୍ ପ୍ରିନ୍ସଙ୍କ ସ୍ୱତନ୍ତ୍ର ବିମାନରେ ଆମେରିକା ପହଞ୍ଚିଛନ୍ତି । କଶ୍ମୀର ପ୍ରସଙ୍ଗରେ ସମର୍ଥନ ଲୋଡ଼ିବା ପାଇଁ ସାଉଦି ଗସ୍ତରେ ଥିବା ଇମ୍ରାନ ବାଣିଜ୍ୟିକ ବିମାନରେ ଯାତ୍ରା କରିଥାନ୍ତେ, କିନ୍ତୁ ସାଉଦି କ୍ରାଉନ୍ ପ୍ରିନ୍ସ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରି ନିଜର ସ୍ୱତନ୍ତ୍ର ବିମାନରେ ଆମେରିକା ଗସ୍ତରେ ଯିବା ବ୍ୟବସ୍ଥା କରାଇଥିଲେ । ଇମ୍ରାନଙ୍କ ସହିତ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି, ଆର୍ଥିକ ପରାମର୍ଶଦାତା ହାଫିଜ୍ ଶେଖ୍ ମଧ୍ୟ ଯାଇଛନ୍ତି । ୨୭ ସେପ୍ଟେମ୍ବରରେ ଇମ୍ରାନ ୟୁଏନ୍ଜିଏରେ ଉଦ୍ୱୋଧନ ଦେବେ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ