ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ମହେନ୍ଦ୍ରତନୟା ନଦୀ ତଟରୁ ଗଳିତ ଶବ ଉଦ୍ଧାର;ଚୋରା ବାଲି ଚାଲାଣ ଯୋଗୁଁ ଆନ୍ଧ୍ର ଡ୍ରାଇଭରକୁ ହତ୍ୟା ସନ୍ଦେହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମହନ୍ଦ୍ରେତନୟା ନଦୀ ତଟରୁ ଗଳିତ ଶବକୁ ଗତକାଲି ପୋଲିସ,ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି । ଚୋରା ବାଲି ଚାଲାଣର ଚରାଭୁମି ଥିବା ଏହି ଅଞ୍ଚଳରେ ଜଣେ ଆନ୍ଧ୍ର ଡ୍ରାଇଭରଙ୍କୁ ଏଥିରେ ହତ୍ୟା କରାଯାଇ ବାଲିପଟାରେ ପୋତି ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଇଛି । ଶବକୁ ସାଇଣ୍ଟିଫିକ୍ ଟିମ୍ ଆବଶ୍ୟକ ରହସ୍ୟ ଉଦ୍‌ଘାଟନ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଛି । ଘଟଣା ସ୍ଥଳରୁ ପୋଲିସ ଏକ ମୋବାଇଲ୍ ଜବତ କରିଛି । ଏହି ମୋବାଇଲ୍ ନମ୍ବରକୁ ଯୋଗାଯୋଗ କରିବା ପରେ ଏହା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ମାଳଗୁଡି ଗ୍ରାମର ଡମ୍ବୁ ଶବର(୫୫)ଙ୍କ ବୋଲି ଜଣାପଡିଛି । ଗୁରାଣ୍ଡି ପୋଲିସ ଏହି ମୋବାଇଲ୍ ଦ୍ୱାରା ସେହି ପରିବାର ସଦସ୍ୟଙ୍କ ସହ କଥା ହେବାରେ ଜଣା ପଡିଛି,ସେ ଜଣେ ଡ୍ରାଇଭର ଏବଂ ଗତ କିଛିଦିନ ହେଲା ସେ ଘରକୁ ଫେରି ନାହାଁନ୍ତି । ଶବ ଚିହ୍ନଟ ପାଇଁ ପୋଲିସ ଏମାନଙ୍କୁ ଆଜି ଆସିବା ପାଇଁ କହିଛନ୍ତି । ଅଞ୍ଚଳବାସୀ ଏହି ଘଟଣାଟି ଗତ ୪ କିମ୍ବା ୫ ତ।ରିଖରେ ହୋଇଥିବା ଅନୁମାନ କରୁଛନ୍ତି । ୧୧ଦିନ ବିତିବା ଯୋଗୁଁ ଶବଟି ସମ୍ପୂର୍ଣ୍ଣ ଭାବେ ପୋଚି ନଷ୍ଟ ହୋଇଯାଇଛି । କେବଳ ଏକ ଗାମୁଛା ଦେଖିବାକୁ ମିଳିଛି । ଯେହେତୁ ଘଟଣା ସ୍ଥଳରୁ ଏକ ମୋବାଇଲ,ଗିତ ଶୁଣିବା ଯନ୍ତ୍ର ଓ କିଛି କଗଜ ଆଦିକୁ ନେଇ ଚିନ୍ତା କଲେ ଲୋକଟି ନିଶ୍ଚିତ ଆନ୍ଧ୍ର ଅଞ୍ଚଳର ବୋଲି ଅନୁମାନ ହେଉଛି । ପୋଲିସ ବିହିତ ତଦନ୍ତ କରିବା ସହ ଏହି ଅଞ୍ଚଳରେ ଚାଲିଥିବା ଚୋରା ନଦୀ ବାଲି କାରବାରକୁ ନେଇ ଅନୁସନ୍ଧାନ କଲେ ଏହି ହତ୍ୟ ଘଟଣାର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ଏ ନେଇ କହିଛନ୍ତି,ପୋଲିସର ତନାଘନା ଅନୁଧ୍ୟାନ ଓ ତଦନ୍ତ ଆରମ୍ଭ ହୋଇଛି । ଅତି ତୁରନ୍ତ ଏହି ଘଟଣାର ପର୍ଦ୍ଦାଫାସ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ