ବଣିକ ସଂଘର ପ୍ରାକ୍ତନ ସଭାପତିଙ୍କ ବିୟୋଗ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘର ପ୍ରାକ୍ତନ ସଭାପତି ସ୍ୱପ୍ନେଶ୍ୱର ପଣ୍ଡାଙ୍କର ଆଜି ସାକାଳୁ ପରଲୋକ ଘଟିଥିବା ସୂଚନା ମିଳିଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିବାବେଳେ ଚତୁର୍ଭୁଜ ସ୍ଥିତ ବାସଭବନରେ ତାଙ୍କର ଆଜି ପରଲୋକ ଘଟିଥିଲା । ମୃତ୍ୟୁ ଖବର ପାଇ ବିଜେପି ନେତା ବଦ୍ରୀନାରାୟଣ ଧଳ, ଶିକ୍ଷାବିତ ନାରାୟଣ ସାମଲ, ପ୍ରିତିକାନ୍ତ ରାଉତ, ଯୁବ ସମାଜସେବୀ ପ୍ରତ୍ୟୁଷ ସାମଲ, ମୋହନ ରାୟ, ବିନୋଦ ପଲାଇ, ପପୁ ଦାସ ପ୍ରମୁଖ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହା ସହିତ ଜଗନ୍ନାଥ ବଜାର ବଣିକ ସଂଘର ସମସ୍ତ ବ୍ୟବସାୟୀ ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଗାଁ ମସାଣୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି । ପ୍ରାକ୍ତନ ସଭାପତିଙ୍କ ବିୟୋଗରେ ସର୍ବସମ୍ମତିକ୍ରମେ ଆଜି ମାଳଦା ବଜାର ବନ୍ଦ ରହିଥିବା ଜଣାଯାଇଛି ।


