ବ୍ୟକ୍ତିଗତ ସ୍ଥାନରେ ରାସ୍ତା ନିର୍ମାଣକୁ ନେଇ ଥାନାରେ ଅଭିଯୋଗ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ସାନବନସ୍ତା ଗ୍ରାମରେ ଏକ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି । ଗ୍ରାମର ଭଗବତୀ ରାୟଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ସ୍ଥିତିବାନ ଜାଗା ଉପରେ ଜୋର ଜବରଦସ୍ତ କଂକ୍ରିଟ ରାସ୍ତା ନିର୍ମାଣ ହେଉଛି । କାମ କରୁଥିବା ଲୋକମାନଙ୍କୁ ସେ ରାସ୍ତା ନିର୍ମାଣ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣୁନାହାଁନ୍ତି । ଏପରିକି ଛୁଟି ଦିନରେ ମଧ୍ୟ ରାସ୍ତା ନିର୍ମାଣ ହେଉଥିବାବେଳେ କନିଷ୍ଠ ଯନ୍ତ୍ରୀ କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ରହିଛନ୍ତି । ସେମାନେ ଲୋକ ଲଗାଇ ଏଭଳି ବେଆଇନ ରାସ୍ତା ନିର୍ମାଣ କରୁଥିବା ଶ୍ରୀମତୀ ରାୟ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ମୋତେ ଏବାବଦରେ ଧମକ ଚମକ ଦେଉଥିବା ସେ ଜଣାଇଛନ୍ତି । ଏନେଇ କାର୍ଯ୍ୟ ତଦାରଖ ଦାୟିତ୍ୱ ନେଇଥିବା ଅଧିକାରୀଙ୍କ ମତାମତ ନେବାରୁ କଣ ହୋଇଛି କ୍ଷେତ୍ର ପରିଦର୍ଶନ କରି ଜଣାଇବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ