ପୋଖରୀ ନିଲାମକୁ ନେଇ ଫାଣ୍ଡିର ଦ୍ୱାରସ୍ତ ହେଲେ ଏସଏଚଜି ମହିଳାଗୋଷ୍ଠୀ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଅଧିନ ଏକ ପୋଖରୀ ନିଲାମକୁ କେନ୍ଦ୍ର କରି କୋଟସିରାର ବାବା ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଫାଣ୍ଡିର ଦ୍ୱାରସ୍ଥ ହୋଇଛନ୍ତି । ମିଳିଥିବା ଅଭିଯୋଗ ଅନୁଯାୟୀ ଗତ ୧୬ତାରିଖ ଦିନ ଏସଏଚଜି ମହିଳା ସଦସ୍ୟା ମାନେ ଲିଜ ନେଇଥିବା ମୁକ୍ତେଶ୍ୱର ପୋଖରୀ ବାବଦରେ ସରପଞ୍ଚଙ୍କୁ ପଚାରିବାକୁ ଯାଇଥିଲେ । ଏହି ସମୟରେ ସରପଞ୍ଚଙ୍କ ସ୍ୱାମୀ ଜଗନ୍ନାଥ ଭାରତୀ ସେମାନଙ୍କୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରି ତାଙ୍କ ଘରୁ ବାହାର କରିଦେଇଥିଲେ । ଲିଜ ନେଇଥିବା ମୁକ୍ତେଶ୍ୱର ପୋଖରୀରେ ୧୫ହଜାର ମାଛ ଯାଆଁଳ ଥିବାବେଳେ ଏହାର ଅବଧି ବୃଦ୍ଧି ପାଇଁ ସରପଞ୍ଚ ମହୋଦୟା ଏସଏଚଜିକୁ ଡକାଇ ବୈଠକ ମଧ୍ୟାମରେ ନିଷ୍ପତ୍ତି କରି ୩୫୫୦ଟଙ୍କା ନେଇଛନ୍ତି । ଏହାପରେ ପୋଖରୀକୁ ମାଛ ଧରିବାକୁ ଯିବାରୁ ଗ୍ରାମର ଜନୈକ ବ୍ୟକ୍ତି ବାସୁଆ ଗିରି ଆମ୍ଭକୁ ପୋଖରୀ ମଧ୍ୟକୁ ପସିବାକୁ ବାରଣ କରି ସରପଞ୍ଚ ମତେ ପୋଖରୀ ଲିଜ ଦେଇଛନ୍ତି ବୋଲି କହିଥିଲେ । ଏବାବଦରେ ଆମ୍ଭେ ସରପଞ୍ଚଙ୍କୁ ପଚାରିବାକୁ ଯାଇଥିବାବେଳେ ତାଙ୍କ ସ୍ୱାମୀ ସେଠାରେ ଆମକୁ ବଳପୂର୍ବକ ତଡିଦେଇଥିବା ଫାଣ୍ଡିରେ ମହିଳା ଗୋଷ୍ଠୀର ସଭାପତି ସୁକାନ୍ତି ଜେନା ଓ ସମ୍ପାଦକ ମମତା ନାୟକ ଅଭିଯୋଗ କରିଥିବା ଜଣାଯାଇଛି । ଏନେଇ ସରପଞ୍ଚଙ୍କ ସ୍ୱାମୀଙ୍କୁ ପଚାରିବାରୁ ଗଳିଗୁଲଜ କଥା ମିଥ୍ୟା ଅଟେ, ମୁଁ ମାଆ ମାନଙ୍କୁ ସମ୍ମାନ କରେ । ପୋଖରୀ ନିଲାମ ବାବଦକୁ ସେ ମୋତେ ଅଗ୍ରିମ ଭାବେ ୨୦୦୦ଟଙ୍କା ଦେଇଥିଲେ । କିନ୍ତୁ ନିଲାମ ଦିନ ସେମାନେ ଅନୁପସ୍ଥିତ ଥିବାରୁ ଅନ୍ୟ ଲୋକ ନିଲାମ ଧରିଥିଲେ । ପରେ ତାଙ୍କୁ ଅଗ୍ରିମ ଦେଇଥିବା ଟଙ୍କା ଫେରାଇଥିଲେ ମଧ୍ୟ ସେମାନେ ଟଙ୍କା ନନେଇ ପଳାଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ