ବିବାହିତା ମହିଳା ହତ୍ୟାକାରିକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) ଜଣେ ବିବାହିତା ମହିଳାଙ୍କ ସହିତ ଜୋରଜବରଦସ୍ତି ଭାବରେ ଅନୈତିକ ସମ୍ପର୍କ ରଖିବାକୁ ଉଦ୍ୟମ କରି ବିଫଳ ହେବା ପରେ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଥିବା ମାମଲାର ବିଚାରକରି କେନ୍ଦ୍ରାପଡା ଜିଲ୍ଲାଜଜ ଅଭିଯୁକ୍ତକୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଗଜରାଜପୁର ଗ୍ରାମର ତ୍ରିଲୋଚନ ବରାଳଙ୍କ ବଡଝିଅ କୁନି ଓରଫ ସ୍ୱର୍ଣ୍ଣଲତା ବରାଳ ସେହିଥାନା ଅନ୍ତର୍ଗତ ଟାଙ୍ଗଣତୈଳା ଗ୍ରାମର ନବ କିଶୋର ରାଉତଙ୍କ ପୁଅ ସରୋଜ କୁମାର ରାଉତଙ୍କୁ ପ୍ରାୟ ୧୪ବର୍ଷ ତଳେ ବୈଦିକ ରୀତିରେ ିବିବାହ କରିଥିଲେ । ୨ଟି ପିଲାର ମା ସ୍ୱର୍ଣ୍ଣଲତାଙ୍କ ସ୍ୱାମୀ ସରୋଜ ନେପାଳରେ ପାଣି ପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ । ସ୍ୱାମୀଙ୍କ ଅନୁପସ୍ଥିତିରେ ଶାଶୁଘର ଟାଙ୍ଗଣତୈଳା ଗ୍ରାମର ସୁକାନ୍ତ ରାଉତଙ୍କ ପୁଅ ବୁଢା ଓରଫ ସୁଶିଲ ରାଉତ ସ୍ୱର୍ଣ୍ଣଲତାଙ୍କ ସହିତ ଘନିଷ୍ଠତା ବଢାଇବା ସହିତ ତାଙ୍କ ସହିତ ଖରାପସମ୍ପର୍କ ରଖିବାକୁ ଚେଷ୍ଟା କରିବାରେ ସ୍ୱର୍ଣ୍ଣଲତାଙ୍କ ଶଶୁରଘର ଲୋକ ତାହାର ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ସୁଶିଲ ଗତ ୨୦୧୪ ମସିହା ଅକ୍ଟୋବର ମାସ ୧୧ତାରିଖ ସନ୍ଧ୍ୟାରେ ସ୍ୱର୍ଣ୍ଣଲତାଙ୍କ ଶଶୁରଘର ପାଖ ସିଓ ପୋଖରୀ ନିକଟକୁ ସ୍ୱର୍ଣ୍ଣଲତାକୁ ଡାକିନେଇ ଏକ କଟୁରୀରେ ତା ବେକକୁ ହାଣି ହତ୍ୟାକରିଥିଲା । ସ୍ୱର୍ଣ୍ଣଲତା ଚିତ୍କାର କରିବାରୁ ତା’ର ପାଟିଶୁଣି ସ୍ଥାନୀୟ ଲୋକେ ଦୈାଡିଯାଇ ସେଠାରେ ପହଁଚି ଟର୍ଚ୍ଚମାରି ଦେଖନ୍ତିତ ସ୍ୱର୍ଣ୍ଣଲତା ମରିପଡିଛି ଓ ସେଠାରୁ ଅଭିଯୁକ୍ତ ସୁଶିଲ ଦୈାଡି ପଳାଇଯାଉଛି । ଏସମ୍ପର୍କରେ ସ୍ୱର୍ଣ୍ଣଲତାଙ୍କ ବାପା ତ୍ରିଲୋଚନଙ୍କ ଅଭିଯୋଗକୁ ଭିତ୍ତିକରି ରାଜନଗର ଥାନା ପୋଲିସ ଏକ ହତ୍ୟାମାମଲା ରୁଜୁ କରି ଅଭିଯୁକ୍ତ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ପ୍ରଥମେ ଏସଡିଜେଏମଙ୍କ କୋର୍ଟରେ ମାମଲାର ଶୁଣାଣି ହେବାପରେ ପରବର୍ତ୍ତି ସମୟରେ ଏସ.ଟି.ନମ୍ବର ୮୪/୨୦୧୫ରେ ସେସନ୍ସ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା । ସୋମବାର ଜିଲ୍ଲା ସେସନସ ଜଜ ବାସୁଦେବ ପଣ୍ଡା ସେହି ମାମଲାରେ ରାୟ ଦେଇ ଅଭିଯୁକ୍ତ ବୁଢା ଓରଫ ସୁଶିଲ କୁମାର ରାଉତକୁ ୩୦୨ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ପ୍ରଦାନ ସହିତ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏହି ଜୋରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ପିପି ଭୀମସେନ ଭୂୟାଁ ମାମଲା ପରିଚାଳନା କରୁଥିବା ବେଳେ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା ତାଙ୍କୁ ସହ ଯୋଗ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ