ବାଇକ ସମୁଖକୁ ଷଣ୍ଢ ଆସି ୪ବର୍ଷ ର ଝିଅଗୁରୁତର
ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଫାଣ୍ଡି ସମୁଖ ରେ ଏକ ଷଣ୍ଢ ବାଇକ ଆରୋହି ଉପରକୁ ଆସିଯିବାରୁ ବସିଥିବା ବାପ, ମା ସାମାନ୍ୟ ଆହତ ହୋଇଥିବା ବେଳେ ୪ ବର୍ଷ ଝିଅ ଅନ୍ୱେସା ପଳାଇ ଗୁରୁତର ଆହତ ହୋଇଥିଲେ ।ତାଙ୍କୁ ହୁମ୍ମା ମେଡିକାଲ କୁ ଚିକିତ୍ସା ପାଇଁ ନେବା ବେଳେ ମେଡିକାଲ ବନ୍ଦ ଥିବାରୁ ଉତେଜନା ପ୍ରକାଶ ପାଇଥିଲା ।ପରେ ତାଙ୍କୁ ଗଂଜାମ ସରକାରୀ ମେଡିକାଲ ଅଣାଯିବ ପରେ ଅନ୍ୱେସା ର ମୁଣ୍ଡରେ ଏଗାରଟି ଷ୍ଟିଚ ପକା ଯାଇଥିଲା । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରମହପୁର ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ପଠା ଯାଇଥିଲା ।ଖଲ୍ଲିକୋଟ ବ୍ଲକ ର କେଶପୁର ଅଞ୍ଚଳର ନ୍ୟୁ ଗୁରୁଣ୍ଠି ଗ୍ରାମର ବୁଲୁ ପଳାଇ ନିଜ ସ୍ତ୍ରୀ ଓ ଝିଅ କୁ ଧରି ବାଇକ ରେ ଗ୍ରାମକୁ ଫେରୁଥିବା ବେଳେ ହୁମ୍ମା ଫାଣ୍ଡି ସମୁଖ ରେ ଏକ ଷଣ୍ଢ ବାଇକ ଉପରକୁ ଆସିଯିବାରୁ ତଳେ ପଡି ଯାଇ ଆହତ ହୋଇଥିଲେ ।ସୂଚନା ଯୋଗ୍ୟ ବିଭିନ୍ନ ସମୟରେ ହୁମ୍ମା ମେଡ଼ିକାଲ ବନ୍ଦ ରହିବା ନେଇ ବିଭିନ୍ନ ସମୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବା ନେଇ ଅଭିଯୋଗ ହୋଇ ଆସୁଥିଲେ କୌଣସି ପଦେକ୍ଷପ ନିଆ ଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।