କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର,(ଦେବଦତ୍ତ ମହାରଣା) : ଚାରି ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବୀପତ୍ର ରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ଗଞ୍ଜାମରେ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯିବା ନିଷ୍ତିକୁ ପ୍ରତ୍ୟାହାର କରିବା,ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରିବା,ଭିତିଭୁମି ନଥିବା ତଥା ବିନା ସିଓଆର୍ ଏବଂ ଏନ୍ ଓ ସିରେ ଚାଲିଥିବା ବେସରକାରୀ ସ୍କୁଲ ଚିହ୍ନଟ କରି ବନ୍ଦ କରିବା,ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କୁୁ ଚିହ୍ନଟ କରି ସେମାନଙ୍କୁ ଚାକିରିରୁ ବହିସ୍କାର କରିବା ଭଳି ବିଭିନ୍ନ ଦାବୀ ସଂପର୍କରେ ଦର୍ଶାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ସଭାପତି ଏମ୍ . ବାଲାରାଜୁ,ସଂପାଦକ ଗୋପାଳକୃଷ୍ଣ ବିଷୋୟୀ,ଉପସଭାପତି ବଳରାମ ବେହେରା,ନନ୍ଦିନୀ ପ୍ରଧାନ,ଅତିରିକ୍ତ ସଂପାଦକ ଏମ୍ . ସୁଚିତ୍ରାରାଣି ଦାଶ,ଅଂଚଳ ସେଠୀ,କୋଷାଧ୍ୟକ୍ଷ ବଳରାମ ପ୍ରଧାନ,ମିଡିଆ ସଂଯୋଜକ ଅରୁଣ କୁମାର ପଟ୍ଟନାୟକ,ମିଡିଆ ମୁଖପାତ୍ର ହରମୋହନ ଖାଡଙ୍ଗା,ଜିଲ୍ଲା ସଂଯୋଜକ ଅରବିନ୍ଦ ମହାରଣା,ବିମଳ ସାହୁ,ଶିବାନନ୍ଦ ସାହୁ,ଡି.ବିଦ୍ୟାସାଗର,କିଶାନ ସେଠୀ,ଟୁକୁନା ସେଠୀ,ଜଗନ୍ନାଥ ଚୈାଧୁରୀ ପ୍ରମୂଖ ଉପସ୍ଥିତ ଥିଲେ ।


