ବିଡିଓଙ୍କୁ ର୍ଦୁବ୍ୟବହାର, ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ

ହାଟଡ଼ିହି,  : ହାଟଡିହି ବ୍ଲକର ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ର୍ଦୁବ୍ୟବହାର କରିବା ପ୍ରତିବାଦରେ କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିଛନ୍ତି । ଖବରରୁ ଜଣାଯାଇଛି ଯେ ମରୈଗାଁର ସୁଧାଶୁଂ ମଲ୍ଲିକ ନାମକ ଜଣେ ଯୁବକ ଆଜି ଅପରାହ୍ନ ୩ଟାବେଳେ ବ୍ଲକରେ ପସି ବିଡିଓଙ୍କୁ ମରୈଗାଁ ପଞ୍ଚାୟତରେ ଘର ପାଉଥିବା ଲୋକମାନେ ପୁନର୍ବାର ଘର ପାଉଥିବାବେଳେ କାହିଁକି ଗରିବ ଲୋକଙ୍କୁ ଦିଆଯାଉ ନାହିଁ ଓ କମୁନିଟି ସେଣ୍ଟର କରାନଯାଇ କାହିଁକି ଫଲ୍ସ ବିଲ କରାଯାଇଛି ବୋଲି ପଚାରିଥିଲେ । ବିଡିଓ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବାରିକ ତାଙ୍କୁ ଏତେ ବଡ ସ୍ୱରରେ ନକହି ଧିରେ କହିବାକୁ କହିବାରୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଦୀର୍ଘସମୟ ଧରି ଗାଳିଦେବାରୁ ନିକଟରେ ଥିବା କିଛି କର୍ମଚାରୀ ଓ ଜଣେ ସରପଞ୍ଚ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଅଫିସ ବାହାରକୁ ବାହାର କରିଥିଲେ । ଏହାକୁନେଇ ବ୍ଲକ କାର୍ଯ୍ୟାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରତିଦିନ କିଛି ଅସାମାଜିକ ବ୍ୟକ୍ତି ବ୍ଲକରେ ପହଞ୍ଚି ବିଡିଓ ଏବଂ କର୍ମଚାରୀ ମାନଙ୍କୁ ଗାଳିଗୁଲଜ କରୁଥିବାରୁ ସେମାନେ ନିଜକୁ ସୁରକ୍ଷିତ ମଣୁନଥିବା ଦର୍ଶାଇ ଡବ୍ଲୁଇଓ ଲକ୍ଷ୍ମୀକାନ୍ତ ବାରିକ, ଜିପିଇଓ ନବୀନ ଚନ୍ଦ୍ର ନାୟକ, ଏମ.ଆଇ ଶ୍ୟାମ ମାଝୀ, ବିଏସଏସଓ ଶରତ କୁମାର ନାଇକ, କିରାଣୀ ହର କୁମାର ନାଇକ, ପ୍ରମୋଦ ନାୟକ, ଅଚ୍ୟୁତାନନ୍ଦ ଦାଶ, ଅବିନାଶ ପତି, ରାଜେଶ କୁମାର ସାହୁ, ସ୍ୱପ୍ନାରାଣୀ ସ୍ୱାଇଁ, ସବିତା ରାଣୀ ଆୟଚ, ମିନାକ୍ଷୀ ମଞ୍ଜରୀ ଜେନା, ମିତାଲି ମୋନାଲିସା ମହାପାତ୍ର, ପ୍ରଶାନ୍ତ କୁମାର ସେଠୀ, ନିରଞ୍ଜନ ବାରିକ, ମମତାମୟୀ ସାମଲ, କନିଷ୍ଠଯନ୍ତ୍ରୀ ଲାଖାଇ ମୁର୍ମୁୁ, ସୁକାନ୍ତ କୁମାର ନାୟକ, ରତିକାନ୍ତ ଲେଙ୍କା, ଜ୍ୟୋତିରଞ୍ଜନ ସାମନ୍ତରାୟ, ସଞ୍ଜୁକ୍ତା ବେହୁରିଆ, ସୁଧାକର ପଣ୍ଡା, ରବିନ୍ଦ୍ରନାଥ ସୋରେନ, ପ୍ରଫୁଲ ଚନ୍ଦ୍ର ବେହେରା, ଶ୍ରଦ୍ଧାଞ୍ଜଳୀ ସାହୁ, ପିଇଓ ଶରତ କୁମାର ବେଜ, ମହେଶ୍ୱର ସାହୁ ବେଣୁଧର ପୃଷ୍ଟି, କୋଦଣ୍ଡଧର ପଣ୍ଡା, ସୁରେଶ କୁମାର ସେଠୀ, ରମେଶ ମାଝୀ, ନରହରି ନାୟକ, ଅମୁଲ୍ୟ କୁମାର ପହି, ଚିନ୍ତାମଣି ଦାସ, ଜିତେନ୍ଦ୍ର କୁମାର ଜେନା,ନାରାୟଣ ଜେନା, ମଧୁସ୍ମିତା ମହାନ୍ତି, ରମେଶ ମାଝୀ, ଡମ୍ବରୁଧର ପଟ୍ଟନାୟକ, ଘନଶ୍ୟାମ ନାଇକ, ଜ.ିଆର.ଏସ ରା୍ମିରେଖା ଜେନା, ପ୍ରଶାନ୍ତ କୁମାର ବାରିକ, ନିରଞ୍ଜନ ବାରିକ, ପୁର୍ଣ୍ଣେନ୍ଦୁ କୁମାର ଥାଟୋଇ, ସୌଭାଗିନୀ ରାୟସର୍ଦ୍ଦାର, ଜିନତ ଖାତୁନ, ବିନୟ କୁମାର ମଲ୍ଲିକ, ବିକାଶ କୁମାର ଜେନା, ସୀମାନ୍ତ କୁମାର ନାୟକ, ପ୍ରଫୁଲ କୁମାର ମାଝୀ, ବଳରାମ ମଲ୍ଲିକ, ଜ୍ୟୋତିସ୍ମିତା ସେନାପତି, ଗୋଲେଖ ବିହାରୀ ନାଇକ, ମଧୁଛନ୍ଦା ଗିରି, ସଶ୍ମିତା ବେହେରା, ଅନନ୍ତ ଚରଣ ସ୍ୱାଇଁ, ଜଗବନ୍ଧୁ ଜେନା, ସବିତା ରାଉତ, ରାଜୀବ ଦାସ, ମାନସ ରଞ୍ଜନ ଲେଙ୍କା, ବିଜୟ କୁମାର ପଳତା, ବିନୋଦ ବିହାରୀ ସାହୁ, ସୁଦର୍ଶନ ଘଡେଇ, ଭଗବାନ ସେଠୀ ଙ୍କ ସମେତ ଶତାଧିକ କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଥିଲେ । ଏନେଇ ବିଡିଓ ଶ୍ରୀଯୁକ୍ତ ବାରିକ କେନ୍ଦୁଝର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାପରେ ତାଙ୍କ ପରାମର୍ଶ କ୍ରମେ ନନ୍ଦିପଦା ଥାନାରେ ଅଭିଯୋଗ କିଛନ୍ତି । ଯେତେବେଳେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାନଯିବ ସେେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ