କନ୍ଧମାଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଧିକରୁ ଅଧିକ ସଂଖ୍ୟକ ଯୋଗ୍ୟ ମତଦାତାମାନଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ ନେଇ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ଡ଼ିସେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରେସ୍‍ ବିବୃତ୍ତିରେ ଦର୍ଶାଯାଇଛି। ଆଗାମୀ ୨୦୨୧ ମସିହା ଜାନୁଆରୀ ମାସ ୧ ତାରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରାଯାଇ, ଏହି ତାରିଖ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ, ସେମାନଙ୍କ ନାମକୁ ଭୋଟର ତାଲିକାରେ ଅର୍ନ୍ତଭୁକ୍ତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟ ସୀମା ମଧ୍ୟରେ ନୂତନ ମତଦାତା ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ଫର୍ମରେ ଆବେଦନ ପତ୍ର ଗ୍ରହଣ କରାଯିବା ସହିତ ଫଟୋଯୁକ୍ତ ଭୋଟର ତାଲିକାରେ ଥିବା ବିଭିନ୍ନ ତୃଟି ସଂଶୋଧନ ଏବଂ ମୃତ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାମାନଙ୍କ ନାମ ଭୋଟର ତାଲିକାରୁ ବାଦ୍‍ ଦିଆଯିବା ପାଇଁ ମଧ୍ୟ ଦାବୀ ଓ ଆପତ୍ତି ଗ୍ରହଣ କରାଯିବା ନେଇ ମଧ୍ୟ ପ୍ରେସ୍‍ ବିବୃତ୍ତିରେ ଦର୍ଶାଯାଇଛି । ତେବେ ଉକ୍ତ ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଦାବୀ ଓ ଆପତ୍ତିକୁ ଅନ୍‍ଲାଇନ୍‍ ମାଧ୍ୟମରେ ମଧ୍ୟ ଦାଖଲ କରିପାରିବେ ବୋଲି ଉଲ୍ଲେଖ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ