କନ୍ଧମାଳରେ  ଆରମ୍ଭ ହେଲା ମାଣ୍ଡିଆ ସଚେତନତା ରଥ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ କୃଷିବିଭାଗ ତରଫରୁ ମାଣ୍ଡିଆ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ତାଙ୍କ ଉତ୍ପାଦନର ଉଚିତ୍‍ ମୂଲ୍ୟ ପ୍ରଦାନ ପାଇଁ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଛି । ବ୍ଳକର ୨୪ଟି ପଞ୍ଚାୟତରେ ଉକ୍ତ ସଚେତତା ରଥ ଗସ୍ତ କରି ମାଣ୍ଡିଆ ଚାଷୀଙ୍କୁ ସଚେତନ କରିବ । ଓଡିଶା ମିଲେଟ ମିଶନ ଓ ସ୍ୱେଚ୍ଛାସେବୀ ସଂଗଠନ ଅଗ୍ରଗାମି ଆନୁକୂଲ୍ୟରେ ମାଣ୍ଡିଆ ଶସ୍ୟକୁ କିଭଳି ଭାବେ ମଣ୍ଡିରେ ବିକ୍ରି କରାଯାଇପାରିବ ଏହାକୁ ନେଇ ମଧ୍ୟ ସଚେତନ କରିବ । ଏହି ସଚେତନାତା ରଥ ଦ୍ୱାରା ଚାଷୀମାନେ ସରକାର ନିର୍ଦ୍ଧାରିତ କରିଥିବା ମୂଲ୍ୟ ଯେଭଳି ଭାବେ ପାଇ ପାରିବେ ସେ ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଜି ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ନାଏକ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ କୃଷି ଅଧିକାରୀ ବିଷ୍ଣୁ ଦାସ, ସବ୍ୟସାଚି ଦାସ, ଅଗ୍ରଗାମିର ବ୍ଲକ ସଂଯୋଜକ ସଂଗ୍ରାମ ନାଏକ, ଫିରିଙ୍ଗିଆ ମିଲେଟ ଫାର୍ମର ପ୍ରଡ୍ୟୁସର କମ୍ପାନି ଲିମିଟେଡର ସିଇଓ କିଶାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି କ.ନୂଆଗାଁ ବ୍ଳକ କୃଷି ବିଭାଗ ପକ୍ଷରୁ ମଧ୍ୟ ଏକ ସଚେତନ ରଥ ଆଜି କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଉଦ୍‍ଘାଟିତ ହୋଇଯାଇଛି। ଏହି ରଥ ବ୍ଳକର ସମସ୍ତ ୧୪ଟି ପଞ୍ଚାୟତରେ ଗସ୍ତ କରି ସଚେତନ କରିବ। ରଥକୁ ଅତିରିକ୍ତ ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ କୃଷି ବିଭାଗର ଅଧିକାରୀ ସଂଗ୍ରାମ କୁମାର ସେନାପତି, ସ୍ୱାଗତିକା ଦାସ, କନ୍ଧମାଳ ଜିଲା ସବୁଜବୈଦ୍ୟ ସଂଗଠନର ସଂପାଦକ ଦୀନବନ୍ଧୁ ମହାରଣାଙ୍କ ସମେତ କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲା ସବୁଜ ବୈଦ୍ୟ ସଂଗଠନର କର୍ମଚାରୀ ଅକ୍ଷୟ କୁମାର ପାତ୍ର, ଆଶିକ୍‍ ରଂଜନ ନାୟକ ଓ ଅନ୍ୟ ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ