ଶିକ୍ଷକଙ୍କୁ ଧମକ ଚମକ ଘଟଣାକୁ ନେଇ ଥାନାରେ ଅଭିଯୋଗ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ଦଲିକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଧମକ ଚମକ ଓ ଭିଡିଓ ଭାଇରାଲ ଘଟଣାରେ ଆଜି ସ୍କୁଲ ପରିଚାଳନା କମିଟି ସଦସ୍ୟୃ ସଦସ୍ୟାମାନେ ସୋସୋ ଥାନରେ ଲିଖିତ ଭାବେ ଅଭିଯୋଗ କରି କାର୍ଯ୍ୟ।।ନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ହଦଗଡର ମଦନ ନନ୍ଦୀ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍କୁଲରେ ପସି ବିନାନୁମତିରେ ଭିଡିଓ ଚିତ୍ର ଉତ୍ତୋଳନ କରି ସ୍କୁଲଟିକୁ ନିନ୍ଦିତ କରିବାକୁ ଏହାକୁ ଭାଇରାଲ କରିବା ଓ ଏନେଇ କିଛି ଖବରଦାତା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଧମକ ଚମକଦେଇ ଅର୍ଥ ଦାବି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେହିପରି ପୁର୍ବତନ ସଭାପତି ରବିନ୍ଦ୍ର ଦେହୁରୀ ସ୍କୁଲକୁ ମଧ୍ୟାହ୍ନ ଭୋଜନ ପାଇଁ ସୁଉଦାପତ୍ର ଦେଉଥିବା ଦୋକାନୀକୁ ଧମକାଇବା, ଶିକ୍ଷକମାନଙ୍କୁ ଆଣ୍ଠେଇଦେବି ବୋଲି ଧମକାଇବା, ଶିକ୍ଷକ ମାନଙ୍କ ବିରୁଦ୍ଧରେ କିଛି ଗ୍ରାମବାସୀଙ୍କୁ ଉସୁକାଇବା, ବିଭିନ୍ନ ପଦାଧିକାରୀଙ୍କ ନିକଟରେ ମିଥ୍ୟା ଅଭିଯୋଗମାନ କରିବା ନେଇ ଅଭିଯୋଗ କରିଛନ୍ତି ବୋଲି ପ୍ରଧାନ ଶିକ୍ଷକ ପିତାବସ ପ୍ରଧାନ, କମିଟି ସଭାପତି ଚକ୍ରଧର ହୋ, ସୁରୁ ମହାକୁଡ, ଚାନ୍ଦ ହୋ, ଅବଳା ନାଏକ, ଜୟରାମ ମହାକୁଡ, ଜୁମ୍ବାଲ ହୋ, ସନୁ ଗିରି, ବାଗୁଲୁ ହୋ, ଲଦର ହୋ, ଚକ୍ରଧର ହୋ, ସୂରେଶ ନାଏକ, ପାଗଳ ନାଏକ ପ୍ରମୁଖ ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ସୋସୋ ଥାନା ଅଧିକାରୀ ତୁରନ୍ତ ଏନେଇ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।