ହାଟଡିହି ଠାରେ ମୋ ସ୍କୁଲ ଅଭିଯାନ କର୍ମଶାଳା

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ହାଇସ୍କୁଲ ଠାରୋ ମୋ ସ୍କୁଲ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ସାହୁ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୁର୍ଣ୍ଣଚନ୍ଦ୍ର ସେଠୀ, ବିଇଓ କ୍ଷୀରୋଦ ଚନ୍ଦ୍ର ତ୍ରିପାଠୀ, ପ୍ରଧାନ ଶିକ୍ଷକ ଶିଶିର କୁମାର ପ୍ରମୁଖ ଯୋଗଦେଇ ସମସ୍ତ ବିଦ୍ୟାଳୟ ମାନଙ୍କରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ଷମ କରାଇ ଏହାର ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରତି ବିଦ୍ୟାଳୟ ମାନଙ୍କରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କମିଟି ଗଠନ କରିବା ସହିତ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ସଭାପତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସମ୍ପାଦକ ଭାବେ ନିଯୁକ୍ତ କରି ସ୍କୁଲର ଉନ୍ନତି କରଣ କରିବା ଦିଗରେ ବିଇଓ, ଏବିଇଓ ଏବଂ ସିଆରସିସି ମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମତଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଆନନ୍ଦପୁର ଓ ହାଟଡିହି ବ୍ଲକର ବିଇଓ, ଏବିଇଓ, ସିଆରସିସି ମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଘସିପୁରା ଓ ଘଟଗାଁ ବ୍ଲକର ବିଇଓ, ଏବିଇଓ ଓ ସିଆରସିସି ମାନଙ୍କୁ ନେଇ ବୈଠକ ହୋଇଥିଲା । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଇ ସ୍କୁଲ ନାମରେ ଜମା କରିବାପରେ ସରକାର ଏହି ସ୍କୁଲର ଉନ୍ନୟନ ପାଇଁ ଏହାର ଦୁଇଗୁଣ ଅନୁଦାନ ଯୋଗାଇଦେବେ । ତେଣୁ ପ୍ରତି ସ୍କୁଲରେ ଏହି ଯୋଜନା କିପରି କାର୍ଯ୍ୟକାରୀ କରାଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । ହାଟଡିହି ବ୍ଲକ ଏବିଇଓ ଧନେଶ୍ୱର ଖଣ୍ଡେଇ, ସୁରେଶ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ