ହାଟଡିହିରେ ଯାତ୍ରା କଳାକାର ସଂଘ ବୈଠକ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଅଣାଧୁନୀ ମଠ ଠାରେ ହାଟଡିହି ବ୍ଲକ ଯାତ୍ରା କଳାକାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ବିଧାୟକ ମାୟାଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାପତି ସୁବାସ ଚନ୍ଦ୍ର ବେହେରା, ଭଦ୍ରକ ଜିଲ୍ଲା ସଭାପତି ପପୁ ପଣ୍ଡା, କେନ୍ଦୁଝର ଜିଲ୍ଲା ସଭାପତି ତପନ କୁମାର ମଲ୍ଲିକ, ରାଜ୍ୟ ସଂଯୋଜକ ସଞ୍ଜିବ ଜେନା ପ୍ରମୁଖ ଯୋଗଦେଇ କୋଭିଡ-୧୯ ସମୟରେ ଯାତ୍ରା ପରିବେଷଣ ବନ୍ଦ ହୋଇଯିବାରୁ କଳାକାର ମାନେ ନାନା ଦୁଃଖ ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିବା ନେଇ ଆଲୋଚନା କରିଥିଲେ । ସରକାର କଳାକାର ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବା ସମ୍ପର୍କରେ ଦାବି ଉପସ୍ଥାପିତ କରାଯାଇଥିଲା । ଏହି ଅବସରରେ ହାଟଡିହି ବ୍ଲକ କଳାକାର ସଂଘ ଗଠନ କରାଯାଇ ସଭାପତି ଭାବେ ତପନ ମଲ୍ଲିକ, ସମ୍ପାଦକ ଭାବେ ଶରତ କୁମାର ବେହେରା, ଉପସଭାପତି ଭାବେ ଗୀତାଞ୍ଜଳୀ ଜେନା, କୋଷାଧକ୍ଷ ଭାବେ ତପନ କୁମାର ଜେନା, କାର୍ଯ୍ୟକାରୀ ସଦସ୍ୟ ଭାବେ ଶଶିକାନ୍ତ ରାଉତ, ପ୍ରହଲାଦ ମଲ୍ଲିକ, ରଞ୍ଜନ ପାଣିଗ୍ରାହୀ, ସଞ୍ଜୁଳତା ରାଉତ, ବେବିନା ଜେନା ମନୋନୀତ ହୋଇଥିଲେ । ସେହିପରି ସାଂସ୍କୃତିକ କମିଟି ସଦସ୍ୟ ଭାବେ ବାଦଲ କୁମାର ଦାସ, ଶ୍ରୀକାନ୍ତ ଜେନା, ହରିହର ଜେନା, ଦୀପକ କୁମାର ଜେନା, ନିରଞ୍ଜନ ଜେନା, ସଞ୍ଜୟ କୁମାର ଜେନା ମନୋନୀତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ