ସଲମାନ ଖାନଙ୍କୁ ହତ୍ୟା ଧମକ୍

ବଲିଉଡ୍ ଅଭିନେତା ତଥା ୧୯୯୮ ମସିହା ଯୋଧପୁର କୃଷ୍ଣସାର ମୃଗ ମାମଲାର ଅଭିଯୁକ୍ତ ସଲମାନ ଖାନ୍ଙ୍କୁ ହତ୍ୟା ଧମକ । ସୋଶାଲ୍ ମିଡିଆ ମାଧ୍ୟମରେ ଜଣେ ଦୁର୍ବୃତ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ନାମରେ ସଲମାନ୍ଙ୍କୁ ଏହି ହତ୍ୟା ଧମକ ଆସିଛି । ଗ୍ୟାରି ଶୁଟର ନାମକ ଜଣେ ଦୁର୍ବୃତ୍ତ ଏହି ପୋଷ୍ଟ୍ କରିଛନ୍ତି ।  ଫେସବୁକ୍ ପେଜରେ ସଲମାନ୍ ଖାନ୍ଙ୍କର ଏକ ଫଟୋ ଉପରେ ଲାଲ୍ ରଙ୍ଗର୍ କ୍ରସ ଚିହ୍ନ ବୁଲା ଯାଇଥିବା ଏକ ଫଟୋ ଅପଲୋଡ଼ କରାଯାଇ ହତ୍ୟା ଧମକ ଦିଆଯାଇଛି । ପୋଷ୍ଟରେ ଲେଖାଯାଇଛି “ସଲମାନ ତୁ ଭାରତୀୟ ଆଇନରୁ ବଞ୍ଚିଯାଇପାରୁ । କିନ୍ତୁ ବିଷ୍ଣୋଇ ସମାଜ ଓ ସୋପୁ ପାର୍ଟିର ଆଇନ୍ ତାତେ ମୃତ୍ୟୁର ଦଣ୍ଡ ଶୁଣାଇ ସାରିଛି? ସୋପୁଙ୍କ ଅଦାଲତରେ ତୁ ଦୋଷୀ । ସୋପୁର ଫୁଲଫର୍ମ ହେଉଛି ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ । ତେବେ ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ଏମିତ ଧମକ ମିଳିଛି । ଲରେନ୍ସ ବିଷ୍ଣୋଇ ନାମକ ଜଣେ ଗ୍ୟାଙ୍ଗଷ୍ଟାର୍ ତାଙ୍କୁ କିଛି ଏପରି ଧମକ୍ ଦେଇଥିଲା । ଯାହାଫଳରେ ସଲମାନଙ୍କ ସିକ୍ୟୁରିଟିକୁ ବଢ଼ାଇ ଦିଆଯାଇଥିଲା ।  ସୂଚନା ଅନୁଯାୟୀ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ସେପ୍ଟେମ୍ବର ୨୭ରେ ଯୋଧପୁର କୋର୍ଟରେ ହାଜର ହେବେ । ଆଉ ଯଦି ସେହି ଦିନ ସଲମାନ କାର୍ଟରେ ନପହଞ୍ଚନ୍ତି ତେବେ ତାଙ୍କ ବେଲ୍ ଖାରଜ ହାଇଯିବ ।  ୧୯୯୮ ମସିହାରେ ଯୋଧପୁର କଙ୍କଣୀ ଅଞ୍ଚଳରେ ହିନ୍ଦି ଫିଲ୍ମ “ହମ୍ ସାଥ୍ ସାଥ୍ ହେଥର ଶୁଟିଂ ଚାଲୁଥିବା ବେଳେ ସଲମାନ୍ ଖାନ୍ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ଅଛି । ଆଉ ବିଷ୍ଣୋଇ ସମାଜ କୃଷ୍ଣସାର ମୃଗଙ୍କୁ ପୂଜା କରୁଥିବାରୁ ସେମାନେ ସଲମାନଙ୍କୁ ଘୋର ବିରୋଧ କରୁଛନ୍ତି । ତେବେ ସଲମାନଙ୍କ ସହିତ ଏହି ଫିଲ୍ମରେ ଅଭିନୟ କରୁଥିବା ସୋନାଲି ବେନ୍ଦ୍ରେ, ସେଫ୍ ଆଲୀ ଖାନ୍, ତବୁ ଓ ନୀଲମ୍ ମଧ୍ୟ ଏହି ଘଟଣାରେ ଅଭିଯୁକ୍ତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ