ନେତାଜୀ କ୍ଲବ ଆନୁକୁଲ୍ୟରେ ଦଶମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଅଂଚଳରେ ସବୁଠାରୁ ବେଶୀ ଲୋକ ପ୍ରିୟ ଓ ଆଦୃତ ଖେଳ ହେଉଛି ଗ୍ରାମାଞ୍ଚଳର ଫୁଟବଲ ଖେଳ ।ଜାମଦା ବ୍ଲକର ରୁମାପାହାଡିଠାରେ ଅଗ୍ରଣୀ ଫୁଟବଲ କ୍ରୀଡା ଅନୁଷ୍ଠାନ ନେତାଜୀ କ୍ଲବ୍ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୨ ଟି ଦଳ ଖ୍ୟାତନାମା ଦଳ ଅଂଶଗ୍ରହଣ କରିଥିଲେ ।ଖେଳରେ ଚମ୍ପିୟାନ ହୋଇଥିଲେ ଝାଡ଼ଖଣ୍ଡ ରାଜ୍ୟର ପୂର୍ତୀ ସ୍ପୋର୍ଟସ କ୍ଲବ ,ଦଳକୁ ୪୦,୦୦୦ ଟଙ୍କା,୨ୟ -ସମସଙ୍ଗ ସ୍ପିଡ ମାରୁତି, ନାଲକୋକୁ ୨୦,୦୦୦ ଟଙ୍କା,୩-ଜାମାଇ ଫୁଟବଲ ଟିମ-୧୫,୦୦୦ ଟଙ୍କା ୪-ଛୋଟାଡନ କୁଲାପ ଟାଙ୍ଗା ଫୁଟବଲ ଟିମ ୧୨,୦୦୦ ଟଙ୍କା ଏବଂ ମେନ୍ ଅଫ୍ ଦି ମେଚ ରାଜିଭଙ୍କୁ ହିରୋ ସାଇକେଲ କମିଟି ତରଫରୁ ପୁରସ୍କୃତ କରାଯାଇଥିଲା ।ମାନସିଂ ମୁର୍ମୁ ଏବଂ ସାଥୀ ଖେଳ ପରିଚାଳନା କରିଥିଲେ । ଅର୍ଜୁନ ହାଁସଦା ଧାରା ବିବରଣୀ କରିଥିଲେ । କାର୍ଯ୍ୟକ୍ରମରେ ସଚିନ୍ଦ୍ର ମହାନ୍ତ, ରାମଚନ୍ଦ୍ର ମାର୍ଣ୍ଡି,ମାନସିଂ ବିରୁଆ, ଫାଗୁ କିସ୍କୁ,ପଙ୍କଜ ବିରୁଆ, ଚିରଞ୍ଜିବ ବିରୁଆ କାର୍ଯ୍ୟକ୍ରମର ସଫଳତା ରୂପାୟନ କରିଥିଲେ । ସରପଞ୍ଚ ଡୁମକା ହେମ୍ବ୍ରମ, ଦୁର୍ଗା ହେମ୍ବ୍ରମ ଏବଂ ଅନ୍ୟ ଅତିଥି ଗଣ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବହୁ ଅଂଚଳର ଫୁଟବଲ ଦର୍ଶକ ଖେଳର ମଜା ଉଠାଇଥିଲେ ।


