ଜାତୀୟ ସେବା ଦିବସ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) ; ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉକ୍ରଳ ଏକାଡେମୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଜାତୀୟ ସେବା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ଦାଶ ସଭାପତିତ୍ୱ କରି ଜାତୀୟ ସେବା ସଂସ୍ଥାର ଆବଶ୍ୟକତା ଓ ଏହାର ଉପେଯାଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଦୁଇ ପୂର୍ବତନ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫସର୍ ପ୍ରଦୀପ କୁମାର ପଣ୍ଡା ଓ ସୂର୍ଯ୍ୟ ନାରାୟଣ ଡାକୁଆ ଯୋଗ ଦେଇ ଜାତୀୟ ସେବା ଯୋଜନାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ଯୁକ୍ତ ଦୁଇ ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫସର୍ ରାମ ଚନ୍ଦ୍ର ପୋଇ ଓ ଶୁଭଶ୍ରୀ ଦାଶ ଏବଂ ଯୁକ୍ତ ତିନି ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର୍ ରାଜେଶ୍ କୁମାର ପଟ୍ଟନାୟକ ଯୋଗ ଦେଇ ନିଜ ନିଜ ଅନୁଭୁତି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


