ମାଣତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭି•ିଭୂମି ବିକାଶ ପାଇଁ ଟାଟା ଷ୍ଟିଲର ସହାୟତା
କଳିଙ୍ଗନଗର, ଯାଜପୁର ଜିଲ୍ଳାରେ ଉନ୍ନତ ଶିକ୍ଷା ଭି•ିଭୂମି ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ମାଣତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ ତଥା ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ବ୍ୟକ୍ତି ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚ୍ଦ୍ର ପଣ୍ଡା, ସୁକିନ୍ଦା ବିଧାୟକ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ମିଶ୍ର ଓ ଟାଟା ଷ୍ଟିଲ କର୍ପୋରେଟ୍ ସେବା ବିଭାଗର ମହାପ୍ରବନ୍ଧକ ଶ୍ରୀ ରମାରମଣ ଶତପଥୀ ପ୍ରମୁଖ ନୂତନ ଶ୍ରେଣୀଗୃହର ଭି•ିପ୍ରସ୍ତର ସ୍ଥାପନ କରିଛନ୍ତି । ମାଣତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଲାଗି ଟାଟା ଷ୍ଟିଲ ପକ୍ଷରୁ ପ୍ରାୟ ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ପ୍ରାୟ ୩୫୫୦ ବର୍ଗଫୁଟରେ ପରିବ୍ୟାପ୍ତ ସ୍ଥାନରେ ଦୁଇଟି ଶ୍ରେଣୀ ଗୃହ ସହିତ ଏକ ବାରଣ୍ଡା ଓ ଏକ ସର୍ବସାଧାରଣ ହାତଧୁଆ କକ୍ଷ ମଧ୍ୟ ନିର୍ମାଣ କରାଯିବ । ୧୯୯୨ରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହାମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଛାତ୍ରଛାତ୍ରୀ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର । ବ•ର୍ମାନ ଏଠାରେ ମାତ୍ର ଚାରିଟି ଶ୍ରେଣୀ ଗୃହ ଅଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ସିଏସ୍ଆର ବିଭାଗର ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ । ସୁକିନ୍ଦା ବିଧାୟକ ଶ୍ରୀ ପ୍ରିତିରଞ୍ଜନ ଘଡାଇ ଟାଟା ଷ୍ଟିଲର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏବେ ଶିକ୍ଷାର ଉନ୍ନତି ତଥା ଛାତ୍ରଛାତ୍ରୀଙ୍କ ଉନ୍ନତି ଲାଗି କାର୍ଯ୍ୟ କରିବା ଜରୁରୀ ଓ ଏ କ୍ଷେତ୍ରରେ ଟାଟା ଷ୍ଟିଲ ସହଯୋଗର ହାତ ବଢ଼ାଇଛି ବୋଲି ପ୍ରକାଶ କରିଥିଲେ । ଉକ୍ତ ଅବସରରେ ଟାଟା ଷ୍ଟିଲ ଓଡ଼ିଶା ସିଏସ୍ଆର ବିଭାଗ ମୁଖ୍ୟ ଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ କହିଥିଲେ ଯେ କଳିଙ୍ଗନଗର ଅ•ଳର ଶିକ୍ଷା ଭି•ିଭୂମିର ବିକାଶ ଲାଗି ଟାଟା ଷ୍ଟିଲ ପ୍ରତିଶୃତିବଦ୍ଧ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କ୍ଷେତ୍ରବାସି ଘଡ଼ାଇ, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସୁଶାନ୍ତ ସାମଲ, ମାଣତିରା ସରପଂଚ ଶ୍ରୀ ଅକ୍ଷୟ ସିଂହ , ଖପୁରିଆପଦା ସରପଂଚ ଶ୍ରୀ ପଦ୍ମଲୋଚନ ଯେନା, ବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ପ୍ରମୁଖ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ ।


