ଅଁଳା ନବମୀରେ ତୁଳସୀ ଓ ଅଁଳା ବୃକ୍ଷକୁ ପୂଜା କରି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କଲେ ଭକ୍ତ

କୋଦଳା, (ଗୁଲସନ୍ କୁମାର କର):ପବିତ୍ର କାର୍ତ୍ତିକ ମାସର ଚତୁର୍ଥ ସୋମବାର ସହିତ ଅଁଳା ନବମୀ। ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳପକ୍ଷର ନବମୀ ତିଥିରେ ଅଁଳା ନବମୀ ପର୍ବ ପାଳନ କରାଯାଏ। ଏହିଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉତ୍ତମ ରହିବା ସହ ନିରୋଗ ରହିଥାଏ। ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ଦେବନୀତି ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀ ଶ୍ରୀ ରାଧାରାଣୀ ଙ୍କ ଓଡ଼ିଆଣୀ ବେଶ ଓ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କ ନଟବର ବେଶ ଅନୁଷ୍ଠିତ ହେବାକୁ ଥିଲା ବେଳେ, ଗାଁ ଗହଳି ରେ ଭକ୍ତ ମାନେ ବୃନ୍ଦାବତୀ ଓ ଅଁଳା ବୃକ୍ଷ କୁ ପୂଜାର୍ଚନା କରିଛନ୍ତି | ଅଁଳା ବୃକ୍ଷ ମୂଳେ ହବିଷ ଖାଦ୍ୟ ଗ୍ରହଣ କଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପଡିବା ନେଇ ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ