କରୋନାରେ ମୃତ ପରିବାରବର୍ଗଙ୍କୁ ୭୦,୦୦୦ ଟଙ୍କାର ସହାୟତାର ହାତ ବଢାଇଲା ବାମନଘାଟି ଠିକାଦାର ସଂଘ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଗତ ୧୩ ଅକ୍ଟୋବରରେ ରାଇରଙ୍ଗପୁରର ସମାଜସେବୀ ପେଶାରେ ଠିକାଦାର ବୃତ୍ତି କରୁଥିବା ପବିତ୍ର ବେହେରା (୫୫) ଙ୍କର କ୍ରୋଧାନ୍ୱିତ ସଂକ୍ମଣରେ ବାରିପଦାସ୍ଥ ବାଙ୍କିଶୋଳ କିମ୍ବା କୋଭିଡ ହସ୍ପିଟାଲରେ ଦେହାନ୍ତ ହୋଇଯାଇଥିଲା । ଘରେ ତାଙ୍କର ରୁଗଣା ମାତା, ସ୍ତ୍ରୀ, ବାରିପଦାର ଘରୋଇ +୨ସ୍କୁଲରେ ପଢୁଥିବା ଦିତୀୟ ବର୍ଷ ବିଜ୍ଞାନ ଛାତ୍ର, ସଂପୁର୍ଣ୍ଣ ବିକଳାଙ୍ଗ ସାନଭାଇ, ଏବଂ ଜଣେ ରୁଗଣା ବେରୋଜଗାର ଭାଇକୁ ଛାଡି ଚାଲିଯାଇଛି ଯାଇଛନ୍ତି ।୫ଜଣଙ୍କର ଦାଇତ୍ୱ ତାଙ୍କ କାନ୍ଧରେ ଥିଲା । ଏଭଳି ଦୁଃଖଦ ସମୟରେ ଏହି ଅସହାୟ ପରିବାର ବର୍ଗଙ୍କୁ କିଏ ଚଳାଇବ, ପୁଅଟି କିଭଳି ପାଠପଢି ମଣିଷ ହେବ, ଆଜୀବନ ଶତକଡା ଶହେ ଭାଗ ଅକର୍ମଣ୍ୟ ଭାଇ, ବୃଦ୍ଧା ମା’ର ହାଲଚାଲ କିଏ ବୁଝିବ । ଏହାକୁ ନେଇ ସେହି ଦିନଠାରୁ ପରିବାରର ସମସ୍ତଙ୍କ ଆଖିର ଆଖିଏ ଲୁହ । ଚିନ୍ତାରେ ଭାଙ୍ଗି ପଡିଛନ୍ତି ପରିବାରର ସମସ୍ତେ । ଏହି ଦୁଃଖଦ ସମୟରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରର ଅଗ୍ରଣୀ ଅନୁଷ୍ଠାନ ‘ବାମନଘାଟୀ ଠିକାଦାର ସଂଘ’ ଅସହାୟ ମୃତ ପରିବାରବର୍ଗଙ୍କ ପାଇଁ ଆଗେଇ ଆସିଛି । ସଂଘର ସମସ୍ତ ସଦସ୍ୟ ଆଲୋଚନା କରି ନିଜର ସାମର୍ଥ୍ୟ ଅନୁସାରେ ୭୦,୦୦୦ ଟଙ୍କାର ଅର୍ଥରାଶି ସଂଗ୍ରହ କରି ଚେକ୍ ମାଧ୍ୟମରେ ସ୍ୱର୍ଗତ ପବିତ୍ରଙ୍କ ଘରେ ପହଞ୍ଚି ତାଙ୍କର ସ୍ତ୍ରୀ ଏବଂ ପୁଅକୁ ପୁଅ ନାମରେ ଚେକଟିକୁ ପ୍ରଦାନ କରିଥିଲେ । ତଦସହ ସଂଘର ସଦସ୍ୟମାନେ ନିର୍ଭୟ ପ୍ରତିଶ୍ରୁତି ଦେଇଥିଲେ | ଯେତେବେଳେ ବି କିଛି ଅସୁବିଧା ହେବ ସଂଘ ସହାୟତା ପାଇଁ ଆଗେଇ ଆସିବା । ଏହି ସମାଜ ସେବା କାର୍ଯ୍ୟରେ ବାମନଘାଟି ଠିକାଦାର ସଂଘ ସଭାପତି ସୁବାସ ମଣ୍ଡଳ,ସଂପାଦକ ସୁଜିତ୍ ପ୍ରଧାନ, କୋଷାଧ୍ୟକ୍ଷ ରାମୁ ଅଗ୍ରୱାଲ, ପ୍ରଦୀପ ରାଉତଙ୍କ ସମେତ ଅନ୍ୟ ଠିକାଦାର ଭାଇ ଉପସ୍ଥିତ ଥିଲେ । ବାମନଘାଟି ଠିକାଦାର ସଂଘର ଏଭଳି ସମାଜସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ