ଦେବୀ ନଦୀ ପାଶ୍ୱରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବେଳେ ନଦୀ ବନ୍ଧରେ ଫାଟ

ନାଉଗାଁ,(ଓ୍ବାଇଏନ୍ଏସ୍): ଲବଣାକ୍ତ ଅଂଚଳକୁ ମଧୁର ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପମାନ ନିର୍ମାଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକ ଗଜରାଜପୁର ପଂଚାୟତସ୍ଥିତ ଦେବୀଦୋଳ ନିକଟ ଦେବୀନଦୀର ପାଶ୍ୱର୍ରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି । ଏହି ପ୍ରକଳ୍ପରୁ ଜଗତସିଂହପୁର ଜିଲ୍ଲାର ତିନୋଟି ବ୍ଲକ ତଥା ଏରସମା, ବାଲିକୁଦା ଓ ନାଉଗାଁ ବ୍ଳକକୁ ମିଶାଇ ୧୩୩ଟି ଗ୍ରାମକୁ ମଧୁର ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଲ ଆଣ୍ଡ ଟି କମ୍ପାନୀ ଏହି କାର୍ଯ୍ୟ କରିବା ପାଇଁ ୧୩୫ କୋଟି ୬୩ ଲକ୍ଷ ଟଙ୍କାରେ ଚୁକ୍ତି କରିଛି । ଏହି ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନାଉଗାଁ ବ୍ଳକ ଦେବୀଦୋଳସ୍ଥିତ ଦେବୀନଦୀ ପାଶ୍ୱର୍ରେ ହେଉଥିବା ବେଳେ ନଦୀବନ୍ଧରେ ଏକ ଫାଠ ସୃଷ୍ଟି ହୋଇଛି । ଯାହାକୁ ନେଇ ଉକ୍ତ ପଂଚାୟତ ସମେତ ତଳିଆ ଅଂଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଯାହାଫଳରେ ଗଜରାଜପୁର ପଂଚାୟତବାସୀ ସହିତ ଗଜରାଜପୁର ପଂଚାୟତ ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସ, ନୁଆଗାଁ ସମିତି ସଭ୍ୟ ଦୋଳଗୋବିନ୍ଦ ରାଉଳ, ସମାଜସେବୀ ବଂଶୀଧର ବେହେରା, ରମେଶ ଚନ୍ଦ୍ର ଜେନା ଆଦି ପହଁଚ୍‌ି ଉକ୍ତ କାର୍ଯ୍ୟକୁ ବନ୍ଦ କରିଥିବା ଜଣାଯାଇଛି । ସେମାନଙ୍କ କହିବା ମୁତାବକ ଯେ ପର୍ଯ୍ୟନ୍ତ ଉକ୍ତ ସ୍ଥାନକୁ ଉଭୟ ଜଳସଂପଦ ଓ ପାନୀୟ ଜଳ ଯୋଗାଣ ବିଭାଗର ଉଚ୍ଚ ପ୍ରଦାଧିକାରୀମାନେ ଆସି ଆଲୋଚନା ନ କରିବେ । ସେ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି କହିଛନ୍ତି । ଅନ୍ୟପଟରେ ଜଳ ସଂପଦ ବିଭାଗର ଏସଡିଓ ଉକ୍ତ କାର୍ଯ୍ୟସ୍ଥଳରେ ପହଁଚି ନଦୀ ବନ୍ଧ ଅନୁଧାନ କରି ବିଭାଗୀୟ କାର୍ଯ୍ୟ ନିବାହୀ ଯନ୍ତ୍ରୀଙ୍କୁ ଅବଗତ କରିଥିôବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ