ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ପ୍ରତିଷ୍ଠାତା ସ୍ୱର୍ଗୀୟ ମନମୋହନ ନାୟକଙ୍କ ସ୍ମୃତି ସଭା
ବ୍ରହ୍ମପୁର,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ପୁରୁଣା ବ୍ରହ୍ମପୁର ପାଣ୍ଡଵ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା ଏବଂ ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ଅଶୋକ ନାୟକଙ୍କ ସହ ବିଭିନ୍ନ ଜିଲ୍ଲା ବହୁ ମାନ୍ୟଗଣ ଦଳିତ କର୍ମୀ ଏବଂ ବ୍ରହ୍ମପୁର ମହାନଗର ସ୍ଥିତ ପ୍ରତେକ ସାହିର କୁଳ ପଂଚାୟତ କମିଟି ମୁଖିଆ ମାନେ ଯୋଗଦାନ କରି ସ୍ମୃତିଚାରଣ କରିଥିଲେ l ପରିଚାଳନା କରିଥିଲେ ହାଡ଼ିକୁଳ ମହାସଙ୍ଘର ପୂର୍ବତନ ସମ୍ପାଦକ ଚିନ୍ତାମଣି ନାୟକ, କୈଳାଶ ଘଡ଼ାଇ, ରାଜେଶ ନାୟକ, କୈଳାଶ ନାୟକ, ସୁଦର୍ଶନ, କିଶୋର ଚନ୍ଦ୍ର, ଶେଷରେ ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ଶ୍ରୀ ନାରାୟଣ ଘଡେଇ ପାଣ୍ଡଵ ନଗର ଯୁବକ ସଂଘ ଓ କୁଳ ପଂଚାୟତ କମିଟିର ସଭାପତି ଶ୍ରୀ ପଞ୍ଚାନନ ମୁର୍ଦଙ୍ଗିଆ, ଉପଦେଷ୍ଠା ଶ୍ରୀ ବନମାଳୀ ମୁଖୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ,ଉପସଭାପତି ସରୋଜ ନାୟକ, ରାଜେନ୍ଦ୍ର, ସୁବାଷ, ନରେନ୍ଦ୍ର ଭାସ୍କରଙ୍କୁ ଧନ୍ୟବାଦ ଦେଇଥିଲେ l