ଧାନ ବିଲରେ ବାରହା ପଲ ପଲ, ବାରହା ନଷ୍ଟ କରୁଛନ୍ତି ଧାନ ଫସଲ, ବନ ବିଭାଗ ଦୃଷ୍ଟି ଦେବାକୁ ଦାବୀ
କୋଦଳା,(ଗୁଲସନ କୁମାର କର): ଚାଷୀ ହେଉଛି ସମାଜର ମେରୁଦଣ୍ଡ | କିନ୍ତୁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ କିମ୍ବା ଜଙ୍ଗଲୀ ଜନ୍ତୁ ଙ୍କ ପ୍ରାଦୁର୍ଭାବ ଚାଷୀ କୁଳଙ୍କୁ ହତାଶ କରୁଛି । ଚାଷୀ ବର୍ତ୍ତମାନ ପରିସ୍ଥିତିରେ ଜମିବାଡ଼ି ବିକ୍ରି କରିବାକୁ ବି ପଛାଉନାହାନ୍ତି | ଏମିତି ଏକ ଚାଷୀ ସମସ୍ୟା ନେଇ ଆମେ ପହଂଚିଥିଲୁ ଖଲ୍ଲିକୋଟ ରେଂଜ ଅଧିନସ୍ଥ ସୁମଣ୍ଡଳ ପଞ୍ଚାୟତ ର ମକରମା ମୌଜା ସମେତ ଆଖପାଖି ମୌଜା ରେ। କ୍ୟାମେରା ରେ କଏଦ କଲୁ ଧାନ, ବାଇଗଣ, ବାଦାମ ଫସଲ କୁ ଅନେକ ସମୟରେ କେମିତି ନଷ୍ଟ କରୁଛନ୍ତି ଜଙ୍ଗଲୀ ଜନ୍ତୁ । ଚାଷୀ ଙ୍କ ଅମଳ ଅପେକ୍ଷା ଜଙ୍ଗଲ ଜନ୍ତୁଙ୍କୁ ଘଉଡ଼ାଇବାରେ ଖର୍ଚ୍ଚ ହେଉଛି ଅଧିକ ଟଙ୍କା | ନିଆଁ ଲଗାଇ,ବାଣ ଫୁଟାଇ ରାତ୍ରୀ ଅନିଦ୍ରା ହୋଇ ମଧ୍ୟ ବାରହା କବଳରୁ ରକ୍ଷା ପାଉନି ଧାନ ଫସଲ। ଏ ନେଇ ଖଲ୍ଲିକୋଟ ରେଞ୍ଜରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ, ଚାଷୀ ଦରଖାସ୍ତ ଦେଲେ ତାହାକୁ ତଦନ୍ତ କରି ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି ଜଣାଇଛନ୍ତି। ବର୍ତ୍ତମାନ ପରିସ୍ଥିତି ରେ ବନ ବିଭାଗ ଯଦି ଦୃଷ୍ଟି ନ ଦିଅନ୍ତି ଆଗକୁ ଚାଷୀ ଭାଇ ବିଲ ବାଡ଼ି ବିକ୍ରି କରି ଦାଦନ ଖଟିବାକୁ ଯିବେ ବୋଲି ଚାଷୀ ଭାଇ କ୍ଷୋଭର ସହିତ ପ୍ରକାଶ କରିଛନ୍ତି ।