ଜଗତସିଂହପୁର ଜିଲ୍ଲାରୁ ଆଉଜଣେ ବ୍ରାଉନ୍ ସୁଗାର ବେପାରୀ ଧରା ପଡ଼ିଲେ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲା ପାଲଟିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଚାରଣ ଭୂମି। ବିଭିନ୍ନ ମାଧ୍ୟମରେ ଧଳା ଜହର ବ୍ୟବସାୟୀ ସେମାନଙ୍କ ନେଟ୍ ୱାର୍କ ଚଳାଇ ଛନ୍ତି। ଆଜି କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଗୁଇନ୍ଦା ଅଧିକାରୀ ଶ୍ରୀଯୁକ୍ତ ଜଗଦୀଶ ସାମଲଙ୍କୁ ବଡଧରଣର ସଫଳତା ମିଳିଛି। ଜଗତସିଂହପୁର ଥାନା ଅନ୍ତର୍ଗତ ଗୋପାଳ ସାଗର ଛକରୁ ବିକ୍ରମ ମଲିକ୍ ନାମକ ଜଣେ ବ୍ରାଉନ୍ ବ୍ୟବସାୟୀ ଠାରୁ ୬୦ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୬ଲକ୍ଷ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ତତ୍ ସହିତ ଉକ୍ତ ଯୁବକ ଠାରୁ ନଗଦ ୩୦ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପ୍ରକାଶ ଥାଉକି ଗୋଟିଏ ସପ୍ତାହ ପୂର୍ବରୁ ସେହିଠାରୁ ୩କିମି ଦୂର ତର୍ତଙ୍ଗ ଗ୍ରାମର ପ୍ରଭାତ ରଞ୍ଜନ ମହାପାତ୍ର ନାମକ ଜଣେ ଯୁବକଠାରୁ ୩୦୦ ଶହ ଗ୍ରାମ୍ ବ୍ରାଉନ ସୁଗାର ଅବକାରୀ ବିଭାଗ ଓ ଜଗତସିଂହପୁର ପୋଲିସ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ଥିଲା। ଆଜିର ଘଟଣା ଜିଲ୍ଲା ପୋଲିସ୍ ଓ ଜିଲ୍ଲା ଅବକାରୀ ବିଭାଗ ଆଖିରୁ ନିଦ ହଜାଇ ଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଉଛି। ସବୁଠାରୁ ବଡ଼ କଥା ଏହି ଧଳା ଜହର କେଉଁ ପଟେ ଜିଲ୍ଲାକୁ ଆସୁଛି। କିପରି ଲୋକଙ୍କ ପାଖରେ ପହଞ୍ଚୁଛି। ପ୍ରକାଶ ଥାଉକି ଏବେ ଗାଁ ଗଣ୍ଡାରେ ଯୁବ ସମାଜ ଧଳାଜହର ପାଶରେ ପଡି ଚୋରି ଚାରା ଓ ଡକାୟତି କାର୍ଯ୍ଯରେ ମାତିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ