ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ୭୧ତମ ସମ୍ବିଧାନ ଦିବସ ପାଳିତ

ଜଗତସିଂହପୁର, (ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ୭୧ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସମ୍ବିଧାନ ପ୍ରଣୟନ କରିଥିବା ମହାମାନବ ଡ  ବି. ଆର ଆମ୍ବେଦ କରଙ୍କର ତୈଳ ଚିତ୍ରିତ ଫଟୋରେ ପୁଷ୍ପ ଚନ୍ଦନ ଧୂପ ଅର୍ପଣ କରି ଶିକ୍ଷୟିତ୍ରୀ ଶିକ୍ଷକ କର୍ମଚାରୀ ବିନା ଛାତ୍ର ଛାତ୍ରୀରେ ଏହି ମହାନ ଦିବସକୁ ପାଳନ କରିଥିଲେ । ଜିଲ୍ଲାର ସଦର ମହକୁମାରେ ବାଳିକା ଉଚ୍ଚବିଦ୍ୟାଳୟ, ଶ୍ରୀକୃଷ୍ଣ ଏକାଡେମୀ, ପୁରୋହିତ ପୁର, କାଦୁଅପଡା ବାଳକ ଓ ବାଳିକା ବିଦ୍ୟାଳୟ, ବାଲିକୁଦା ବାଳକ ଓ ବାଳିକା ବିଦ୍ୟାଳୟ, ମୁକ୍ତେଶ୍ଵର ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ମୁଳୁଗାଁ, ନାରାୟଣୀ ବିଦ୍ୟାପୀଠ ଚଷାପଡା ପ୍ରଭୃତି ବିଦ୍ୟାଳୟ ଆଜି ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ବି ଆର୍ ଆମ୍ବେଦ କରଙ୍କ ଜୀବନ ଦର୍ଶନ ବିଷୟରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ