ମହାମାରୀ ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ

ଭଣ୍ଡାରିପୋଖରୀ ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ନୂଆପୋଖରୀ ସ୍ଥିତ ରଘୁବର ବାବାଙ୍କ ମଠ ଠାରେ କରୋନା ମହାମାରୀ ପାଇଁ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମଠର ଗୋବିନ୍ଦ ବାବା ଓ ଛୁଆ ବାବାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆପୋଖରୀ ସମେତ ବେଲଗଡିଆ, ବୋଧପଡା, କଟ୍ରାଗଡିଆ ପ୍ରମୁଖ ଗ୍ରାମର ଜନସାଧାରଣ ମାନେ ଯୋଗଦେଇ କରୋନା ମହାମାରୀରୁ ବିଶ୍ୱକୁ ମୁକ୍ତି ଦେବାକୁ ଯଜ୍ଞରେ ଆହୂତୀ ଦେଇଥିଲେ । ଗ୍ରାମବାସୀଙ୍କ ସହେଯୋଗରେ ଭଜନ ସନ୍ଧ୍ୟା ସହିତ ଦିବସଭରି ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ପାର୍ଥସାରଥି ବିଶ୍ୱାଳ, ହରିଚନ୍ଦନ ମହଲ, ଦେବେନ୍ଦ୍ର ଜେନା, ଗଣେଶ ବିଶ୍ୱାଳ, ଶରତ ବଳ, ସରୋଜ ମହଲ, ଉପେନ୍ଦ୍ର ବଳ, ଭାଗିରଥି ବଳ, ନରେନ୍ଦ୍ର ମହଲ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ