ବ୍ଲକ କାର୍ଯ୍ୟାଳୟ ଠାରେ ପରିଶ୍ରାଗାର ପାଇଁ ଦାବି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଏନେଇ ପ୍ରଶାସନ ଜରିଆରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯେଉଁ ପ୍ରଶାସନିକ ସ୍ତରରେ ଲୋକମାନଙ୍କୁ ସଚେତନ କରାଯାଇ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି ସେହି କାର୍ଯ୍ୟାଳୟ ମଧ୍ୟରେ ସାଧାରଣ ପରିଶ୍ରା ଗୃହଟିଏ ନଥିବା ପରିତାପର ବିଷୟ ପାଲଟିଛି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଦୀର୍ଘଦିନ ହେବ ସର୍ବସାଧାରଣଙ୍କ ପାଇଁ ପରିଶ୍ରାଗାରା କିମ୍ବା ପାଇଖାନାଟିଏ ନିର୍ମାଣ ହୋଇପାରୁନାହିଁ । ଯଦିଓ କର୍ମଚାରୀମାନଙ୍କ ପାଇଁ ପାଇଖାନା ଓ ପରିଶ୍ରାଗୃହ ସହିତ ଜଳ ଯୋଗାଣ ବ୍ୟବସ୍ଥା ରହିଛି କିନ୍ତୁ ଜନସାଧାରଣମାନଙ୍କ ହିତ ଦୃଷ୍ଟିରୁ ସାଧାରଣ ପରିଶ୍ରାଗାରାଟିଏ ନିର୍ମାଣ ହୋଇପାରିନାହିଁ । ସ୍ୱଚ୍ଛଭାରତ ଅଭିଯାନ ଜରିଆରେ ଗତବର୍ଷ ସର୍ବସାଧାରଣଙ୍କ ପାଇଁ କେବଳ ପାଇଖାନାଟିଏ ନିର୍ମାଣ କରାଯାଇଥିଲେ ସୁଦ୍ଧା ତାହା ବ୍ୟବହାର ଉପଯୋଗୀ ହୋଇପାରିନାହିଁ । ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତର ଲୋକେ ଦୈନନ୍ଦିନ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବାବେଳେ ପରିଶ୍ରା ପାଇଁ ଉପଯୁକ୍ତ ସ୍ଥାନ ନଥିବାରୁ ଏଠିସେଠି ଅପରିଷ୍କାର ହେଉଥିବା ଦେଖିବାକୁ ମିଳୁଛି । ଏହା ସହିତ କାର୍ଯ୍ୟାଳୟର ଯେକୌଣସି ବିଭାଗର ଗୃହକୁ ଗଲେ ଏକ ଉତ୍କଟ ଗନ୍ଧମୟ ପରିବେଶରେ ନାକ ଫାଟିଯାଉଛି । ଏଣେତେଣେ ପରିଶ୍ରା କରିବା ଦ୍ୱାରା ପରିବେଶ ନଷ୍ଟ ହେଉଥିବାବେଳେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଛି । ତେଣୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଉତ୍ତମ ପାଇଖାନା ସହିତ ପରିଶ୍ରାଗାରାଟିଏ ପାଇଁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ