କାନପୁରା ତ୍ରୈଲୋକପୁର ସରପଂଚ ଓ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କାନପୁରା ତ୍ରୈଲୋକପୁର ଗ୍ରାମପଂଚାୟତର ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସଂଗୀନ ଅଭିଯୋଗ କରିଛନ୍ତି ପଂଚାୟତ ମହିଳା ସଙ୍ଘର ସଦସ୍ୟାମାନେ । ଅଭିଯୋଗ ଅନୁଯାଇ ସେହି ପଂଚାୟତର ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମନରେଗା ପ୍ରକଳ୍ପରେ କାମ କରିଥିବା ଜବକାର୍ଡଧାରୀଙ୍କୁ ଅର୍ଥ ପ୍ରଦାନ କରୁନାହାନ୍ତି । ଏଥିସହିତ ମହାମାରୀ କରୋନା ସମୟରେ ବାହାର ରାଜ୍ୟରୁ ଆସି କ୍ୱାରେଂଟାଇନ ସେଂଟରରେ ରହିଥିବା ପ୍ରବାସୀମାନଙ୍କୁ ମଧ୍ୟ ୨ହଜାର ଟଙ୍କାର ସରକାରୀ ସହାୟତା ପ୍ରଦାନ କରୁନଥିବା ଅଭିଯୋଗ କରିଛନ୍ତି । ଦଳିତ ବର୍ଗର ମହିଳାମାନଙ୍କୁ ସରପଂଚ ହଇରାଣ ହରକତ କରୁଥିବା ଅଭିଯୋଗକାରୀମାନେ ଜଣାଇଛନ୍ତି ଅତିରିକ୍ତ ଜିଲ୍ଲାପାଳଙ୍କୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ