ରାଇରଙ୍ଗପୁରରେ ପରୀକୁ ନ୍ୟାୟ ମିଳିବା ସହ ସିବିଆଇ ତଦନ୍ତ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଗତ ଜୁଲାଇ ୧୦ ତାରିଖରେ ନୟାଗଡ ଜିଲ୍ଲାରେ ବହୁ ଚର୍ଚ୍ଚିତ ୫ବର୍ଷୀୟା କୁନିଝିଅକୁ ଅପହରଣ ଏବଂ ନୃଶଂସ ଭାବେ ହତ୍ୟା ଘଟଣାରେ ମୃତକଙ୍କ ପରିବାର ତଥା ମୃତା ପରୀକୁ ନ୍ୟାୟ ଦାବି କରି ଗୁରୁବାର ଦିନ ରାଇରଙ୍ଗପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ମାନେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ ।ତଦସହ ଏହାର ତଦନ୍ତ କାର୍ୟ୍ୟକୁ ସିବିଆଇ ହସ୍ତାନ୍ତର ଦାବି କରିଥିଲେ ।ଏହାକୁ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ବିକ୍ଷୋଭରେ ଜାତ୍ର ନେତା ପୃଥିରାଜ ଗିରି,ମୃତ୍ୟୁଞ୍ଜୟ ଗିରି,ମାନସ।ରଂଜନ ଗିରି,ଦେବଦାସ ପାତ୍ର,ଦିବ୍ୟ ରଂଜନ ମହାନ୍ତ ପ୍ରମୁଖ ସାମିଲ ଥିଲେ ।


