ଝଣଝଣା ଗ୍ରାମରେ ପାନୀୟ ଜଳର ଘୋର ଅଭାବ, ଗ୍ରାମବାସୀଙ୍କ ରାସ୍ତାରୋକ
ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଝଣଝଣା ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଯୋଗୁଁ ଗ୍ରାମବାସୀମାନେ ଛେନାପଦି ହଦଗଡ ରାସ୍ତାକୁ ଅବରୋଧ କରି ଏହାର ପ୍ରତିବାଦ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମରେ ୮୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବାବେଳେ ପୁର୍ବରୁ ସେମାନଙ୍କ ପାଇଁ ତିନୋଟି ନଳକୂପ ଥିଲା । କିନ୍ତୁ ସେଥିମଧ୍ୟରୁ ଦୁଇଟି ନଳକୂପ ଅଚଳ ହୋଇପଡିଥିବାବେଳେ ଗୋଟିଏରୁ ପାଣି ସହିତ ପୋକ ଜୋକ ବାହାରୁଛନ୍ତି । ବାରମ୍ବାର ଅଭିଯୋଗ କଲେବି ପଞ୍ଚାୟତ ପକ୍ଷରୁ ଏହାକୁ ମରାମତି କରାଯାଉନି । ସେହିପରି ପାନୀୟଜଳ ପ୍ରକଳ୍ପଟି ଦୀର୍ଘ ୫ମାସ ହେବ ଅଚଳ ହୋଇପଡିଥିବା ବେଳେ ଏହାର ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଭାଙ୍ଗି ରୁଜି ଗଲାଣି । ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇପଡିବାରୁ ଅଚଳ ହୋଇପଡିଛି ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ । ଆଉ ଗୋଟିଏ କୁଅ ଅଛିଯେ ସେଥିରେ ୪୦ଫୁଟ ତଳେ ଯାଇ ପାଣି । ଫଳରେ ଗ୍ରାମବାସୀମାନେ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗାଁ ଲୋକମାନେ ଏକମାତ୍ର ନଳକୂଅରୁ ପାଣଇନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି କରି ରହୁଛନ୍ତି । ଗୋଟିଏ ବାଲଟି ପାଣିପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଗାଁ ଲୋକେ ସରପଞ୍ଚଙ୍କ ନିକଟରେ ଏନେଇ ଅଭିଯୋଗ କରିକରି ଥକି ଗଲେଣି । ସରପଞ୍ଚ ଅନୁଦାନ ଆସିନାହିଁ ତେଣୁ ବିଦ୍ୟୁତ ବିଲ ଦିଆଯାଇଛି ବୋଲି କହିଚାଲିଛନ୍ତି । ଗତକାଲି ଗ୍ରାମବାସୀମାନେ ବିଡିଓଙ୍କୁ ଭେଟି ଅଭିଯୋଗ କରିବାରୁ ଟଙ୍କା ପଞ୍ଚାୟତକୁ ଯାଇଥିଲା । ସେ କାହିଁକି ଡିପୋଜିଟ ନକଲେ ସେନେଇ ମୁଁ ବୁଝିବି ବୋଲି କହିଛନ୍ତି । ହେଲେ ଗ୍ରାମବାସୀଙ୍କୁ ପାଣି ଟୋପାଏ ଯୋଗାଇ ଦେବା କଥା ବୁଝିବାକୁ କେହି ନାହିଁ । ଫଳରେ ଗ୍ରାମବାସୀ ମାନେ ଆନ୍ଦୋଳନ ଭଳି ଏକ ପନ୍ଥାକୁ ବାଛିନେଇ ଆଜି ଛେନାପଦି-ହଦଗଡ ରାସ୍ତାକୁ ଅବରୋଧ କରିବାକୁ ନିଷ୍ପତି ନେଇଥିଲେ । ଆଜି ସକାଳୁ ସକାଳୁ ଗ୍ରାମର ଗଣେଶ ହେମ୍ରମ, ଘନ ହେମ୍ରମ, ରବିନ୍ଦ୍ର ମୁଦୁଲି, ତୁଳସୀ ହୋ, ସେବତୀ ହୋ, ବେଲ ହୋ, ଝରା ପଲେଇ,ଇନ୍ଦୁମତି ବାସ୍କେ, ବାଦଲ ଚାତାର, ଦିବାକର ସାମାଡ, ରାମ ହୋ, ମାନସ ପୁର୍ତ୍ତୀ, ବାବୁଲି ହୋ, ସିମି ଚାତାର, ସୀତା ମୁଣ୍ଡା, ହେମଲତା ପାତ୍ରଙ୍କ ସମେତ ଶହ ଶହ ଗ୍ରାମବାସୀ ଛେନାପଦି-ହଦଗଡ ରାସ୍ତାକୁ ଅବରୋଧ କରି ସକାଳୁ ଦିନ ୧୦ଟା ପର୍ଯ୍ୟନ୍ତ ବସିରହଥିଲେ । ଫଳରେ ଉଭୟ ପାଶ୍ୱର୍ରେ ଅନେକ ଯାନବାହାନ ଅଟକି ରହିଥ୍ôଲା । ଯାତ୍ରୀବାହୀ ଗାଡି ଗୁଡିକ ଅଟକି ଯିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ସୋସୋ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ସରପଞ୍ଚଙ୍କୁ କହିବାପରେ ଯାଇ ଲୋକମାନେ ରାସ୍ତାରୋକରୁ ହଟିଥିଲେ ।


