ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା 

ହାଟଡିହି,(ବିକାଶ ବିଶ୍ୱାଳ): ଅକରୁଆ ଗ୍ରାମରେ ଥିବା ବ୍ରହ୍ମଣୀଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ପଣ୍ଡାଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଜେନ୍ଦ୍ର ଖଟୁଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସୁରେଶ କୁମାର ଜେନା, ଅକରୁଆ ପଞ୍ଚାୟତର ସରପଞ୍ଚ କୌଶଲ୍ୟା ସେଠୀ, ଆଞ୍ଚଳିକ ସାଧାନକେନ୍ଦ୍ର ସଂଯୋଜକ ବିଷ୍ଣୁ ପ୍ରସାଦ ସାହୁ, ହାଟଡିହି ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଏକାଉଣ୍ଟାଣ୍ଟ ଗଜେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ କାହ୍ନୁ ଚରଣ ପଣ୍ଡାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବାସହ ଅବସର ଜୀବନ ଶୁଖମୟ ହେଉ ବୋଲି ମା ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ସହକର୍ମୀ ଓ ଗ୍ରାମବାସୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ରାମଚନ୍ଦ୍ର ଦୋରା, ଅନାମ ଚରଣ ସାମଲ, ସରସ୍ୱତୀ ଜେନା, ଅନିତା ରାଉତ, ମୋନାଲିସା ଦାସ, ଓମ୍ ଶାନ୍ତି ଜେନାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ