କାର ସହ ବିପୁଳ ସୁନା ଜବତ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ରୁ ବିପୁଳ ପରିମାଣର ସୁନା ରୁପା ଅଳଙ୍କାର ଚାଲାଣ ବେଳେ ଧରିଲା ବ୍ରହ୍ମପୁର ପୋଲିସ । ଗୋଷାଣୀ-ନୂଆଗାଁ ଥାନା ଅନ୍ଧପସରା ରାସ୍ତାରେ  ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ କିଛି ଗାଡି ଯାଞ୍ଚ କରୁଥିବା ବେଳେ ତାମିଲନାଡୁ ସାଲେମ ରୁ ଆସୁଥିବା ଏକ କାରରୁ ଜବତ ହେଇଛି ୪ କିଲୋ ସୁନା ଓ ୨୩୫ କେଜି ରୁପା । ପୁଲିସ ଉକ୍ତ ଗାଡ଼ିକୁ ଯାଞ୍ଚ କରିବାରୁ ସୁନା ଓ ରୁପା ଜବତ କରିଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ସୁନା ଓ ରୁପା କେଉଁଠିକି ଯାଉଥିଲା, ତାହା ଜଣାପଡ଼ିନି । ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ଜଣା ପଡିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ ଡି ପି ଓ ବିଷ୍ଣୁ ଚରଣ ପତି କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ