ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସ୍ଥାପିତ କିଚେନ୍ ଗାର୍ଡେନ୍ ଜରିଆରେ ଦେଓଝର ଗ୍ରାମର ୪୭୯ରୁ ଅଧିକ ପରିବାର ଉପକୃତ
ଯୋଡ଼ା,(ସମୀର କୁମାର ଦାସ): ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଦେଓଝର ଗ୍ରାମ ଆଖପାଖ ସମାଜ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ପ୍ରକାର ଜୀବନଜୀବିକା ଅଭିଯାନର ନେତୃତ୍ୱ ନିଆଯାଉଛି । ବର୍ତମାନ ସୁଦ୍ଧା ଦେଓଝର ଗ୍ରାମ ଆଖପାଖରେ ଥିବା ୧୪ ଗ୍ରାମର ୪୭୯ରୁ ଅଧିକ ପରିବାର ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ସ୍ଥାପିତ କିଚେନ୍ ଗାର୍ଡେନ୍ ଦ୍ୱାରା ଉପକୃତ ହୋଇଛନ୍ତି ।ସତେଜ ଓ ପୁଷ୍ଟିଯୁକ୍ତ ପନିପରିବାକୁ ସହଜରେ ହାସଲ କରିବାରେ ଏହି ଗ୍ରାମଗୁଡ଼ିକର ପ୍ରମୁଖ ପୀଡ଼ାକୁ ସ୍ଥାପିତ ହୋଇଥିବା କିଚେନ୍ ଗାର୍ଡେନ ସମାଧାନ କରିପାରିଛି । ସାଧାରଣତଃ ଏହି ଗ୍ରାମଗୁଡ଼ିକର ସମାଜର ଲୋକମାନେ ନିଜ ଘର ପଛପଟ ବାଡ଼ିରେ ଗୋଟିଏ ପ୍ରକାର ପରିବା ଚାଷ କରିଥାନ୍ତି । ଗୋଟିଏ ପର୍ଯ୍ୟାୟ ଓରିଏଟେଂସନ ପରେ ସେମାନେ ତ୍ରୀସ୍ତରୀୟ ଚାଷ ଆରମ୍ଭ କରିଥିଲେ ଯେଉଁଥିରେ ସାମିଲ ଥିଲା ପତ୍ର, ବୁଦା ଏବଂ କ୍ରିପର । ବିବିଧ ସ୍ତରର ଚାଷ ଚାଷିମାନଙ୍କୁ ବର୍ଷତମାମ ପନିପରିବା ଫସଲ କରିବାରେ ସହାୟକ ହୋଇଥିଲା କାରଣ ଫସଲ ସମ୍ପୂର୍ଣ୍ଣ ବିଫଳ ହେବାର ବିପଦ ହ୍ରାସ ପାଇଥିଲା । ଏଭଳି ଧରଣର ଚାଷ ଦ୍ୱାରା ପ୍ରାକୃତିକ ସମ୍ବଳର ଉତମ ବିନିଯୋଗ ହୋଇଥିଲା ଏବଂ ବିବିଧ ପରିବେଶ ସ୍ଥିତିରେ ଶ୍ରେଷ୍ଠ ଉତ୍ପାଦନ ସ୍ଥିରତା ମିଳିଥିଲା ।କିଚେନ୍ ଗାର୍ଡେନ ବ୍ୟବସ୍ଥା ଗ୍ରହଣ କରିଥିବା ଦେଓଝରର ଚିନ୍ତାମଣୀ ବେହେରା କହିଛନ୍ତି ଯେ, “କିଚେନ୍ ଗାର୍ଡେନ ଯେଉଁ ଲାଭ ପ୍ରଦାନ କରୁଛି ସେବିଷୟରେ ଅବଗତ ହେବା ପରେ ମୁଁ ଓ ମୋ ପରିବାର ଏହା ପ୍ରତି ବିଶେଷ ଆଗ୍ରହ ଦେଖାଇଥିଲୁ । ଆମର ଦୈନିକ ଆବଶ୍ୟକତା ଏବଂ ପନିପରିବା ପାଇଁ ଆମକୁ ସ୍ଥାନୀୟ ବଜାର ଉପରେ ନିର୍ଭରଶୀଳ ହେବାକୁ ପଡ଼ୁନାହିଁ । ଏହି ଅଭିଯାନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫରୁ ଚାଷୀମାନଙ୍କୁ ପ୍ରଶିକ୍ଷଣ ସହିତ ଆବଶ୍ୟକୀୟ ସମ୍ବଳ ଯଥା ବିହନ ଏବଂ କିଚେନ ଗାର୍ଡେନ ସୃଷ୍ଟି କରିବାରେ ସରକାର ଦେଉଥିବା ଉପକରଣ ଯୋଗାଇ ଦିଆଯାଉଛି । ଦୈନିକ ବ୍ୟବହାର ଓ ଚଳନୀ ପାଇଁ ଏକ ପୁଷ୍ଟିକର ଏବଂ ଉତମ ସନ୍ତୁଳିତ ଆହାର ନିମନ୍ତେ ନିୟମିତ ପନିପରିବା ଯୋଗାଣକୁ କିଚେନ୍ ଗାର୍ଡେନ ନିଶ୍ଚିତ କରୁଛି । କିଚେନ୍ ଗାର୍ଡେନ ଜରିଆରେ ଅନେକ ପରିବାର ସେମାନଙ୍କ ଦୈନିକ ଖାଦ୍ୟ ଆବଶ୍ୟକତା ପୂରଣ କରୁଛନ୍ତି ଯାହା ସାଧାରଣତଃ ସେମାନଙ୍କ ଘର ପଛ ପଟେ ସ୍ଥାପନ କରାଯାଇଛି । ଚଳିତ ବର୍ଷ ମାର୍ଚରେ ଆରମ୍ଭ ହୋଇଥିବା ଲକ୍ଡାଉନ୍ ଏବଂ ମହାମାରୀ ସମୟରେ ଏହା ବିଶେଷ ଭାବେ ବରଦାନ ସାବ୍ୟସ୍ତ ହୋଇଛି ।


