ଗଜପତିରେ ଭାରତ ବନ୍ଦ ସଫଳ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଚାଷୀମାନଙ୍କ ତରଫରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ ଗଜପତି ଜିଲ୍ଲାରେ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା ମୋହନା, ଆର୍.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଆଦି ସମସ୍ତ ଅଞ୍ଚଳରେ ଏହି ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି । କଂଗ୍ରେସ, ବାମ ଦଳ ଓ ଅନ୍ୟାନ୍ୟ ଚାଷୀ ସଂଗଠନ ମିଳିତ ଡାକରାରେ ଆଜିର ଏହି ଭାରତ ବନ୍ଦକୁ ଗଜପତି ଜିଲ୍ଲା ଜନସାଧାରଣ, ବିଭିନ୍ନ ବ୍ୟବସାୟୀ ସଂଗଠନ ସ୍ୱତପ୍ରବୃତ ଭାବେ ପରୋକ୍ଷରେ ସମର୍ଥନ ଜଣାଇବା ଯୋଗୁଁ ଗଜପତିରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି । ସମଗ୍ର ଜିଲ୍ଲାରେ ଦୋକାନ ବଜାର, ବସ ଚଳାଚଳ ଆଦି ସବୁକିଛି ଆଜି ବନ୍ଦ ରହିଛି । ଗଜପତିରେ ଭାରତ ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାର ସହ ସଫଳ ହୋଇଛି ।


