ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆଦର୍ଶ ଦୈନିକ ପରିବା ମଣ୍ଡି ଉଦଘାଟିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ନିୟନ୍ତ୍ରିତ ବଜାର କମିଟି(ଆର.ଏମ.ସି.) ପକ୍ଷରୁ ଜମଧରସ୍ଥିତ କାର୍ଯ୍ୟାଳୟ ପରିସରରେ ଏକ ଆଦର୍ଶ ଦୈନିକ ପରିବା ମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଆର.ଏମ.ସି.ର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଯୋଗଦେଇ ଫିତାକାଟି ନୂତନ ଆଦର୍ଶ ଦୈନିକ ପରିବା ମଣ୍ଡିକୁ ଉଦଘାଟନ କରିଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ ଏହି ଦୈନିକ ପରିବା ମଣ୍ଡି ଖୋଲାଯାଇଛି । ଏହି ପରିବା ମଣ୍ଡିକୁ ଜାତୀୟ କୃଷି ବଜାର(ଇ- ଏନ.ଏ.ଏମ.)ସହିତ ସଂଯୋଗ କରାଯାଇ ଏକ ବୃହତ ଆଦର୍ଶ ଦୈନିକ ପରିବା ମଣ୍ଡି ଓ ଜାତୀୟ କୃଷି ବଜାର ଭବିଷ୍ୟତରେ ସ୍ଥାପନ କରାଯିବାର ଲକ୍ଷ୍ୟ ରହିଛି । ଏହି ମଣ୍ଡିରେ ଚାଷୀଭାଇମାନଙ୍କୁ ପରିବା ବିକ୍ରୀ ଖର୍ଦ୍ଦି ନିମନ୍ତେ ସୁବିଧା ଓ ସୁଯୋଗ ମିଳିପାରିବ । ଦୈନିକ ବ୍ୟବସାୟ ନିମନ୍ତେ ଛୋଟ ଗୋଦାମ ଗୃହ ଓ ଦୋକାନ ଗୃହ ପ୍ରଭୃତି ଯୋଗାଇଦିଆଯିବା ସହିତ ନିୟମିତ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଆଲୋକର ସୁବିଧା ପ୍ରଦାନ କରାଯିବ । ଜିଲ୍ଲାର ଚାଷୀଭାଇମାନେ ଏହି ମଣ୍ଡିରେ ସେମାନଙ୍କ ପନି ପରିବା ବିକ୍ରୟ କରି ଉଚିତ ମୂଲ୍ୟ ପାଇବା ସଙ୍ଗେ ସଙ୍ଗେ ଖାଉଟି ଭାଇମାନେ ମଧ୍ୟ ସୁଲଭ ମୂଲ୍ୟରେ ସଜ ପନିପରିବା ପାଇ ପାରିବେ । ଜାତୀୟ କୃଷି ବଜାର ମାଧ୍ୟମରେ ମଧ୍ୟ ଚାଷୀଭାଇ ଓ ବ୍ୟବସାୟୀମାନେ ନାମ ପଞ୍ଜିକରଣ କରି କୃଷିଜାତ ଦ୍ରବ୍ୟ ଓ ପନି ପରିବା ଇ-ଟ୍ରେଡିଙ୍ଗ ମାଧ୍ୟମରେ ବିକ୍ରୟ ନିମନ୍ତେ ସୁବିଧା ପାଇପାରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଉଦଘାଟନୀ ପର୍ବ ପରେ ଉପଜିଲ୍ଲାପାଳ ବଜାର ବୁଲି ଚାଷୀଭାଇମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହ ମାସ୍କ ବଂଟନ କରିଥିଲେ । ଏହି ଆଦର୍ଶ ପରିବା ମଣ୍ଡିରେ ୨ଶହରୁ ଉର୍ଦ୍ଧ୍ୱ ଚାଷୀମାନେ ଯୋଗଦେଇ ସେମାନଙ୍କ ପନିପରିବା ବିକ୍ରୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ବିଜୟ କୁମାର ପରିଡା,ସମ୍ପାଦକ ଅଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ