ଯୁବଗୋଷ୍ଠୀ ପକ୍ଷରୁ ଶ୍ମଶାନ ଜମିରେ ଚାରାରୋପଣ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ପଂଚାୟତ ଅଧିନସ୍ଥ ବାଦିଆମ୍ବଗାଁ ନିକଟସ୍ଥ ଶ୍ମଶାନ ଜମିରେ ଗ୍ରାମର ଯୁବଗୋଷ୍ଠୀ ପକ୍ଷରୁ ସୋମବାର ଚାରାରୋପଣ କରାଯାଇଛି । ପରିବେଷକୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ସହ ପରିବେଷର ସନ୍ତୁଳନ ରକ୍ଷା କରିବା ଉଦ୍ଦ୍ୟେଶରେ ଗ୍ରାମର ଯୁବ ଗୋଷ୍ଠୀ ଚାରାରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଗ୍ରାମ ନିକଟସ୍ଥ ଶ୍ମଶାନ ଜମିରେ ବିଭିନ୍ନ କିସମର ଶତାଧିକ ଚାରାରୋପଣ କରିଥିଲେ । ଋଷିକୂଲ୍ୟା ରୟତ ମହାସଭାର ଗଂଜାମ ଜିଲ୍ଲା ସଭାପତି ତ୍ରିନାଥ ବିଶ୍ୱାଳଙ୍କ ନେତୃତ୍ୱରେ ସୁଶାନ୍ତ କୁମାର ମହାନ୍ତି, ଅମର ସାହୁ, ଶିବରାମ ସେଠି, ମିଟୁ ସେଠି, ଭଗବାନ ମହାନ୍ତି, ବିଜୟ ନାହାକ, ବଳରାମ ସାହୁ, ରାମହରି ସେଠି, ଦିପୁ ପଟ୍ଟନାୟକ ପ୍ରମୁଖ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।