ଭକ୍ତିସଂଗୀତ ସଂସଦ ଅନୁକୂଲ୍ୟରେ ବିଶିଷ୍ଟ କଣ୍ଠ ଶିଳ୍ପୀ ପୁଷ୍ପାବେଣୀ ପଟନାୟକଙ୍କ ସ୍ମୃତିଚାରଣ
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଭକ୍ତିସଂଗୀତ ଶିକ୍ଷାନୁଷ୍ଠାନ ଅନୁକୂଲ୍ୟରେ ଅନୁଷ୍ଟିତ ସଭାରେ ସଭାପତି ବିଚିତ୍ରନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ପୁରୋଧା ପୂର୍ଣ୍ଣଚନ୍ଦ୍ର ରଥ ଏବଂ ପରିଚାଳନା ରାଜେନ୍ଦ୍ର ରଥ କରିଥିଲେ। ସ୍ବର୍ଗତ ପୁପବେଣୀଙ୍କ ବହୁମୁଖୀ ପ୍ରତିଭା ଚୟନ କରାଯାଇଥିଲା। ଭାଗବତ ପାଢ଼ୀ,ଗୁରୁ ରଘୁନାଥ ପାତ୍ର, ଗୋପାଳଡ଼ାକ୍ତର ମୁର୍ମୁ,ଆଶାଲତା ପାଣିଗ୍ରାହୀ,ତ୍ରିପତି ପଣ୍ଡା,ବାବାଜୀ ବେହେରା,ସ୍ନିଗ୍ଧା ମିଶ୍ର,କୈଳାଶ ପଟ୍ଟନାୟକ, ଜଗଦୀଶ ମହାପାତ୍ର,ଗୋପାଳ ଶତପଥୀ ପ୍ରଭୃତି ଯୋଗଦାନ ଦେଇ ନିଜ ବକ୍ତବ୍ୟ ରେ ଦିବଙ୍ଗତ ପୁଷ୍ପlବେଣୀଙ୍କ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।