ବିଏମ୍ସି ଭାଙ୍ଗିଲା ସମାଜସେବୀ ଶିବ ଶଙ୍କରଙ୍କ · ଦୋକାନ

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରତ୍ୟେକ ଆରଟିଓରୁ ଦଲାଲମୁକ୍ତ ବାହାନାରେ ଆ·ର୍ଯ୍ୟ ବିହାର ଆରଟିଓ ସମ୍ମୁଖରେ ଦୀର୍ଘ ୪୦ ବର୍ଷ ହେବ · ଦୋକାନ କରି ·ର ଲାଭାଂଶରୁ ଅସହାୟ, ଗରିବ, ନିରୀହ ଓ ଭିନ୍ନକ୍ଷମ ମାନଙ୍କୁ ସହାୟତା ଯୋଗାଇ ଆସୁଥିବା ସମାଜସେବୀ ଶିବ ଶଙ୍କର ଜେନାଙ୍କ · ଦୋକାନକୁ ଆଜି ବିଏମ୍ସିି, ବିଡ଼ିଏ, ଜିଏ ଓ ପୋଲିସ୍ର ମିଳିତ ଉଚ୍ଛେଦକାରୀ ଦଳ ଜୋର ଜବରଦସ୍ତ ଭାଙ୍ଗି ଦେଇଛନ୍ତି । ଏଠାରେ ଉଲ୍ଲେଖଥାଉକି ଶିବ ଶଙ୍କରଙ୍କ ବାପା ସୁରେନ୍ଦ୍ର କୁମାର ଜେନା ସେହି ଜାଗାରେ · ଦୋକାନ କରିଥିଲେ ଏବଂ ପୁତ୍ର ଶିବ ସୁନ୍ଦର ·ଦୋକାନକୁ ଆସିବା ପରଠାରୁ ଶିବ · ବିକିବା ଆରମ୍ଭ କରିଥିଲେ । · ବିକିବା ଦିନଠାରୁ ଶିବ ସୁନ୍ଦର ·ର ଲାଭାଂଶରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡଙ୍କୁ ପ୍ରଦାନ କରିବା ସହିତ ବରଗଡ଼ର ଭିନ୍ନକ୍ଷମ ପରିବାରକୁ ହ୍ୱିଲ୍ ଚେୟାର ପ୍ରଦାନ, ଟ୍ରାଫିକ୍ ପୋଲିସ୍ମାନଙ୍କୁ ଖରାଦିନେ ଥଣ୍ଡପାନୀୟ ବଣ୍ଟନ, କ୍ୟାପିଟାଲ ହସ୍ପିଟାଲରେ ଅଚଳ ହୋଇଥିବା ମେସିନ୍କୁ ସଜାଡ଼ିବା ପାଇଁ ଅର୍ଥ ପ୍ରଦାନ, ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ନିଖୋଜ ଶିଶୁମାନଙ୍କ ପାଇଁ ସେଚତନତା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା ପାଇଁ ସେଚତନତା କାର୍ଯ୍ୟକ୍ରମ, ବାଲେଶ୍ୱରର କିଡ଼ିନ୍ ରୋଗରେ ପୀଡ଼ିତ ୧୧ବର୍ଷ ଝିଅକୁ ଔଷଧ ପାଇଁ ଅର୍ଥ ପ୍ରଦାନ କରିବା ଭଳି ବହୁ ଜନହିତକର କାର୍ଯ୍ୟ କରିଆସୁଛନ୍ତି । ଶିବଙ୍କର ଏହିପ ମହନୀୟତା ପାଇଁ ୧୦୦ରୁ ଉଦ୍ଧ୍ୱର୍ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଶିବଙ୍କୁ ପୁରସ୍କୃତ କରିଛନ୍ତି । କିନ୍ତୁ ବଡ଼ ଦୁଃଖର ବିଷୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶିବ ଶଙ୍କରଙ୍କୁ ଥଇଥାନ କରବା ପାଇଁ ନଗର ଉନ୍ନୟନ ବିଭାଗକୁ ଚିଠି ଆସିଥିବା ବେଳେ ନଗର ଉନ୍ନୟନ ବିଭାଗ ଶିବଙ୍କୁ ଥଇଥାନ କରିବା ପାଇ ଚିଠି ନମ୍ବର-୧୩-୧୫-୦୬-୨୦/୧୯ ୪୬୮୪ ଚିଠି ଆସିଛି । ଏତ୍ଦବ୍ୟତୀତ ଶିବସୁନ୍ଦରଙ୍କୁ ଓମ୍ଫେଡ଼ର ମାର୍କେଟିଙ୍ଗ ଡ଼ିଭିଜନ ତରଫରୁ ଚିଠି ନଂ-୧୨ଏମ୍କେଟିଜି/ଓବି/ବିବିଏସ୍ର/୦୯/୧୧୮ ବୁ୍ଥ୍ କୋଡ଼ ନଂ-ବି-୧୩୭୪ ମଧ୍ୟ ଚିଠି କରାଯାଇଅଛି । ଏହା ସତ୍ତେ୍ୱ ଆଜି ଉଚ୍ଛେଦକାରୀ ଦଳ କେଉଁଭଳି ଭାବରେ ଶିବ ଶଙ୍କର · ଦୋକାନକୁ ଭାଙ୍ଗିଲେ ବୋଲି ବୁଦ୍ଧିଜୀବୀ ମହିଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଗରିବଙ୍କୁ ସବୁକ୍ଷେତ୍ରରେ ଅଗ୍ରାଧିକାର ଦେଉଥିବା ବେଳେ ଶିବ ଶଙ୍କରଙ୍କୁ କାହିଁକି ଅଣଦେଖା କରାଗଲା ବୋଲି ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ପ୍ରଶ୍ନ କରିବା ସହ ଯଦି ଶିବଶଙ୍କରଙ୍କୁ ତୁରନ୍ତ ଥଇଥାନ କରାନଯାଏ ତେବେ ହାଜର ହଜାର ଉଠାଦୋକାନୀଙ୍କ ସମେତ ଶିବଶଙ୍କ ଠାରୁ ସାହାଯ୍ୟ ପାଇଥିବା ଅସହାୟ, ନିରାଶ୍ରୟ ଓ ଭିନ୍ନକ୍ଷମମାନେ ନବୀନ ନିବାସ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ