କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆବେଦନ ଫର୍ମ ଲଟରୀ ଯୋଗେ ଉଠାଣ

ଛତ୍ରପୁର,(ଦେବଦତ୍ତ ମହାରଣା):ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ପରିସରରେ ଅସ୍ଥାୟୀ କ୍ୟାମ୍ପସ୍ ରେ ଖୋଲାଯାଇଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ଯାଏ ନାମଲେଖା ନିମନ୍ତେ ୧୨ଶହରୁଉର୍ଦ୍ଧ୍ୱ ଛତ୍ରଛାତ୍ରୀ ମାନେ ଫର୍ମ ଆବେଦନ କରିଥିଲେ । ଆଜି ଆବେଦନ ଫର୍ମ ଗୁଡିକ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କ ଉପସ୍ଥିତି ଲଟରୀ ମାଧ୍ୟମରେ ଉଠାଣ କାରଯାଇଥିଲା । ପାଞ୍ଚ ଟି କେଟଗିରି ନୀୟମ ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ରେ ପାଠ ପଢିବା ନିମନ୍ତେ ସୁଯୋଗ ମିଳିବ ବୋଲି ଜଣାପଡିଛି । ଏହାର ୱେବ୍ ସାଇଡ ରେ ଅନ ଲାଇନ୍ ମାଧ୍ୟମରେ ଛଡାଯାଇଛି । ଚଳିତ ବର୍ଷ ପ୍ରଥମରୁ ପଞ୍ଚମ ଶ୍ରେଣୀ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ପ୍ରତି ବର୍ଷ ଗୋଟିଏ ଲେଖାଁଏ ଶ୍ରେଣୀକୁ ବୃଦ୍ଧି କରାଯିବ ବୋଲି ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲ ରାଜେଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ଶିକ୍ଷାଦାନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । କୋଭିଡକୁ ଦୃଷ୍ଟି ରଖି ଅନଲାଇନ୍ ଶିକ୍ଷାଦାନ ହେବାର କାର୍ଯ୍ୟ ରହିଛି । ବହୁ ବର୍ଷ ପରେ ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସି ଜାହିର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ