ଥାନା ଅଧିକାରୀଙ୍କ ବୌଦ୍ଧବିହାର ପରିଦର୍ଶନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ଇତିହାସ ପ୍ରସିଦ୍ଧ ଷୋଳମପୁର ବୌଦ୍ଧ ବିହାରକୁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଆଜି ପରିଦର୍ଶନ କରିବା ସହ ଏଠାରେ ଥିବା କୀର୍ତ୍ତିରାଜି ସୁରକ୍ଷା ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ । ପୂର୍ବରୁ ଚୋରି ହୋଇଥିବା ମୂର୍ତ୍ତୀ ସମ୍ପର୍କରେ ଥାନା ଅଧିକାରୀ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବାବେଳେ ଦୁର୍ଲଭ ବୌଦ୍ଧ ମୂର୍ତ୍ତି ଗୁଡିକୁ ସଂଗ୍ରହ କରି ଗ୍ରାମ୍ୟ କମିଟି ଜରିଆରେ ସଂଗ୍ରହାଳୟକୁ ସ୍ଥାନାନ୍ତରିତ କରାଯାଇ ପାରିଲେ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଶ୍ରୀ ପ୍ରଧାନ ମତ ଦେଇଥିଲେ । ଥାନା ଅଧିକାରୀ ବୌଦ୍ଧ ବିହାର ସହିତ ରଘୁନାଥ ଜୀଉ ମନ୍ଦିର, ପୁଷ୍ପ ବାଟିକା, ସଂଗ୍ରାହଳୟ, ଗ୍ରାମଦେବତୀ ମା ସନ୍ତୋଷିନୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବୌଦ୍ଧ ବିହାରର ମୁଖ୍ୟ ପୁରଧା ବିଶ୍ୱମ୍ବର ରାଉତ, ଥାନା ସହକାରୀ ଅଧିକାରୀ ଅନୁରାଗ ମହାନ୍ତି, ବିଶ୍ୱକେଶନ ପରିଡା, ରତିକାନ୍ତ ଦାସଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।


