ଆବାସ ଯୋଜନା ଗୃହ ପରିଦର୍ଶନ କଲେ ରାଜ୍ୟ ଗୃହ ନିର୍ମାଣ ବିଭାଗୀୟ ଟିମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗ୍ରାମାଂଚଳର ଗରିବ ଓ ଆର୍ଥୀକ ଅନଗ୍ରସର ପରିବାରଙ୍କ ଉତମ ବସବାସ ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନା କାର୍ଯ୍ୟକାର କରିଛନ୍ତି । ଉକ୍ତ ଯୋଜନାରେ ହିତାଧିକାରୀଙ୍କୁ ପ୍ରକୃତ ସୁଫଳ ମିଳିପାରିଛି କି ନାହିଁ ଅନୁଧ୍ୟାନ ସକାଶେ ସେମାବାର ରାଜ୍ୟ ଗୃହ ନିର୍ମାଣ ବିଭାଗୀୟ ମୁଖ୍ୟ ଆର.ଏନ. ଭୋଇଧର, ସହଯୋଗୀ ନନ୍ଦ କିଶୋର ସେଠି ଓ ଭରତ ଚନ୍ଦ୍ର ମଲ୍ଲିକଙ୍କ ସହ ଜିଲ୍ଲାର ଏକ ୨ ଜଣିଆ ଟିମ୍ ହିଂଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମ ଗ୍ରସ୍ତ କରି ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ହିଂଜିଳି ବ୍ଳକର ସିକିରି ପଂଚାୟତରେ ପଂହଚି ଜଣେ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟ, ପ୍ରୋତ୍ସାହନ ରାଶି ଓ ସୁବିଧା ସୁଯୋଗ ପଚାରି ବୁଝିଥିଲେ । ପରେ ଶାସନଆମ୍ବଗାଁରେ ନିର୍ମାଣ ହୋଇଥିବା ୭ ଜଣ ହିତାଧିକାରୀଙ୍କ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଗୃହ ପରିଦର୍ଶନ କରିବା ସହ ପରବର୍ତି ସମୟରେ ଦାରୁଭଦ୍ରା ଓ ଦୟାପଲ୍ଲୀ ଗ୍ରାମରେ ପଂହଚି ଆବାସ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଗୃହରେ ବିଜୁଳି ସଂଯୋଗ କରାଯାଇଥିବା ସହ ଶୌଚାଳୟ ନିର୍ମାଣ କରାଯାଇଥିବା ଦେଖି ଟିମ୍ ସଦସ୍ୟ ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଟିମ୍ ସଦସ୍ୟଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ପୂର୍ବତନ ଗ୍ରୀଟ୍ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ, ଏନ. କୃଷ୍ଣମୂର୍ତି, ପିଇଓ ଶିବରାମ ରଣା, ଅଶ୍ୱିନି କୁମାର ସାହୁ, କାଳୁ ବେହେରା, ଜେ. ରାଜେଶ ରାଓ, ସିକିରି ସରଂପଚ ପ୍ରତିମା ବେହେରା, ଶାସନ ଆମ୍ବଗାଁ ସରଂପଚ ସଙ୍ଗିତା ସାହୁ, ଦାରୁଭଦ୍ରା ସରଂପଚ ଏ. ସିତା, ସୁର୍ବନ୍ଧ ସରଂପଚ ବି. ଆପେୟା, ପ୍ରମୋଦ କୁମାର ମହାନ୍ତି, ଲଡ଼ୁ ବେହେରା, ନିଳାଂଚଳ ପାଢି, ଗନ୍ତାୟ୍ତ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ