ଭିନ୍ନକ୍ଷମ ଦଳିତ ପରିବାରକୁ ମରଣାନ୍ତକ ଆକ୍ରମଣ , ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ରୁ୍ୟଜ୍) ; ଜନୈକ ଦଳିତ ଭିନ୍ନକ୍ଷମ ପରିବାର ସଦସ୍ୟମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ସେମାନଙ୍କ ବାସଗୃହକୁ ସଂପୂର୍ଣ୍ଣ ଭାଙ୍ଗିଦେଇଥିବା ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ଥାନାର ମାଳିଅଂଚ ଗ୍ରାମର ଅରୁଣ କୁମାର ମଳିକ,ପିତା ସ୍ୱର୍ଗତ ବଳରାମ ମଳିକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ସପରିବାର ଉପସ୍ଥିତ ହୋଇ ଅଭିଯୋଗ କରିଛନ୍ତି ଯେ କେତେକ ଗୁଣ୍ଡା,ମଦ୍ୟପ,ବଦମାସ ଓ ଅସାମାଜିକ ଶ୍ରେଣୀର ଦୁଷ୍ଟପ୍ରକୃତିର ବ୍ୟକ୍ତି ପୂର୍ବ ଶତୃତାକୁ କେନ୍ଦ୍ରକରି ସଙ୍ଘବଦ୍ଧ ଭାବରେ ଅରୁଣଙ୍କ ବାସଗୃହକୁ ସଂପୂର୍ଣ୍ଣ ଭାଙ୍ଗିଦେବା ସହିତ ତାଙ୍କର ଦୃଷ୍ଟିବାଧିତ ୨ଭିନ୍ନକ୍ଷମ ପୁତ୍ର ଅଶୋକ ଓ ଅଶ୍ୱିନୀଙ୍କ ସମେତ ସମସ୍ତ ପରିବାର ବର୍ଗଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି । ଏଥି ସହିତ ଘରୁ ସମସ୍ତ ଜିନିଷ ଲୁଟ କରିନେବା ସହ ଘରର ମହିଳାମାନଙ୍କ ବେଇଜ୍ଜତ କରିଥିବା ସେ ଅଭିଯୋଗ କରିଛନ୍ତି । ପ୍ରାୟ ୫୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଅରୁଣ ବାସ କରିଆସୁଥିବା ପୈତୃକ ସମ୍ପତିରୁ ତାଙ୍କ ପରିବାରକୁ ଜୋରଜବରଦସ୍ତ ବିତାଡିତ କରିବା ଉଦେଶ୍ୟରେ ଅଭିଯୁକ୍ତମାନେ ମାଡମାରିବା,ଘର ଭାଙ୍ଗିଦେବା ସହ ସେମାନଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅରୁଣ ତନ୍ତିଆପାଳ ଥାନାରେ ଅଭିଯୋଗ କରିଥିଲେବି ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶେଷରେ ଅରୁଣ ବାଧ୍ୟ ହୋଇ ବାସହୀନ ଅସହାୟ ପରିବାର ସହିତ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଜିଲ୍ଲାପାଳ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ମହାକାଳପଡା ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ