ପୋଖରୀରେ ବୁଡି ଯୁବକ’ଙ୍କ ସଲିଳ ସମାଧି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ଗୌଡସାହି ବାସିନ୍ଦା ଗଣେଶ ମହାକୁଡ’ଙ୍କ ପୁଅ ଗୌରାଙ୍ଗ ମହାକୁଡ(ପିଙ୍କୁ) (୩୨)’ଙ୍କ ଆଜି ସକାଳୁ ପୋଖରୀ ରେ ବୁଡି ମୃତ୍ୟୁ ଘଟିଛି। ମୃତକ ଗୌରାଙ୍ଗ ବହଳଦା ବସ ଷ୍ଟାଣ୍ଡରେ କୁଲି କାମ କରିବା ସହ ବିଭିନ୍ନ ଦୋକାନ,କାର୍ଯ୍ୟାଳୟ ଗୁଡିକରେ ଝାଡୁ ମାରିବା କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ।ସେ ଆଜିମଧ୍ୟ ଭୋର ସକାଳୁ ଭୂବନେଶର ରୁ ପହଞ୍ଚିଥିବା ବସରୁ ଜିନିଷପତ୍ର ଓଲ୍ହାଇବା ପରେ ୫.୩୦ ସମୟ ପାଖାପାଖି ନିକଟସ୍ଥ କୋଇଡି ବନ୍ଧ ପୋଖରୀ କୁ ଶୌଚ ପାଇଁ ଯାଇଥିଲାବେଳେ ଗୋଡ ଖୋସି ଯିବାରୁ ପାଣିରେ ବୁଡି ପ୍ରାଣ ହରାଇଥିଲେ।ତାଙ୍କ ପଛରେ ସ୍ତ୍ରୀ’ଙ୍କ ସହିତ ଦୁଇଟି ଛୋଟ ପିଲାଙ୍କୁ ଛାଡି ଯାଇଛନ୍ତି।ବର୍ତ୍ତମାନ କୁଲି ମଜୁରୀ କାମକରି ପରିବାର ଚଳାଉଥିବା ଏକମାତ୍ର ବ୍ୟକ୍ତି’ଙ୍କ ଶୋଚନୀୟ ମୃତ୍ୟୁ ପରେ ଅସହାୟ ହୋଇପଡିଥିବା ଏହି ପରିବାର ର ଗୁଜୁରାଣ କିପରି ଚଳିବ ସେନେଇ ଭାଳେଣି ପଡିଛି।ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।


