ଦେହ ନୁହେଁ ମନର ମିଳନରେ ପ୍ରେମ ହୁଏ ସାର୍ଥକ
ପ୍ରେମ ଦୈହିକ ସୁଖ ନୁହେଁ । ଦେହର ସୁଖରେ ପ୍ରେମର ପରିସୀମା ସୀମିତ ହୋଇ ରହି ନଥାଏ । ପ୍ରେମ ଦୁଇ ହୃଦୟର ମିଳନ । ଦୁଇଟି ମନ ଗୋଟିଏ ହେଲେ ହୋଇଥାଏ ପ୍ରେମ । ଏହା ହେଉଛି ଶାଶ୍ୱତ । ମାତ୍ର ଏହାକୁ ଦୈହିକ ସେକ୍ସ ଭିତରେ ସୀମିତ କରି ରଖାଯାଇନପାରେ । ପ୍ରେମ ସମ୍ପର୍କକୁ ମଧୁମୟ କରିବା ପାଇଁ ହେଲେ ଅନେକ କିଛି ଉପାୟ ରହିଛି । ଯାହାକୁ ଅତି ସହଜରେ ଆପଣେଇ ହେବ । ଏ ସମ୍ପର୍କରେ ପ୍ରେମୀ ଯୁଗଳମାନେ ଜାଣିବା ଜରୁରୀ । ଏହାକୁ ବାସ୍ତବ ଜୀବନରେ ପ୍ରୟୋଗ କଲେ ନିଶ୍ଚିତ ସଫଳତା ପାଇପାରିବେ । ଆଉ ଆପଣଙ୍କ ପ୍ରେମ ସମ୍ପର୍କ ସୁଖମୟ ହେବ ।
ରୋମାଣ୍ଟିକ ନଜର:ଜୀବନକୁ ମଧୁମୟ କରିବାରେ କ୍ୟାଣ୍ଡେଲ ଲାଇଟ ଡିନର ବଡ ଭୂମିକା ରହିଛି । ତେଣୁ ଏହାକୁ କୌଣସି ପ୍ରେମୀ ଯୁଗଳ ହାତ ଛଡା କରିବାକୁ ଚାହାଁନ୍ତି ନାହିଁ । ରୁଷିଥିବା ଜୀବନସାଥୀଙ୍କ ପାଇଁ ରୋସ୍ତୋରାଣ୍ଟର କର୍ଣ୍ଣର ଟେବୁଲକୁ ବୁକିଂ କରନ୍ତୁ । ସମୟ ପାଇଲେ ସାଥିଙ୍କୁ ନେଇ କ୍ୟାଣ୍ଡେଲ ଲାଇଟ୍ ଡିନର କରନ୍ତୁ । ଏହା କଲେ ପ୍ରେମ ସମ୍ପର୍କ ମଧୁମୟ ହୋଇଥାଏ ।
ସଙ୍ଗୀତ: ଜୀବନରେ ସଙ୍ଗୀତର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ । କହିବାକୁ ଗଲେ ସଙ୍ଗୀତ ବିନା ଜୀବନ ଅଧୁରା । ଜୀବନକୁ ସଙ୍ଗୀତ ମଧୁର କରିଥାଏ । ଶରୀର ମଧ୍ୟକୁ ଏହା ଏକ ଶକ୍ତି ଯୋଗାଇଦିଏ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ତେଣୁ ସବୁବେଳେ ମଧୁର ସଙ୍ଗୀତ ଶୁଣନ୍ତୁ । ଏମିତି କଲେ ଜୀବନ ପ୍ରେମମୟ ହେବ । ଜୀବନରୁ ଦୁଃଖ ଦୂରେଇ ଯିବ ।
ଜହ୍ନ ରାତି: ଜହ୍ନ ରାତିରେ ସମୟ ଅତିବାହିତ କରନ୍ତୁ । ପରସ୍ପରର ହାତ ଧରି ଚାଲନ୍ତୁ । ଯଦି ଫାଙ୍କା ଓ ନିରାପଦ ସ୍ଥାନ ପାଉଛନ୍ତି ତେବେ ଉଭୟ ବସି ଧ୍ୟାନ କରନ୍ତୁ । ଏହାକୁ ଆପଣଙ୍କ ଜୀବନରେ ରଙ୍ଗୀନ ଓ ସୁଖମୟ କରିଥାଏ । ତେବେ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ ।
ଡ୍ୟାନ୍ସ କ୍ଲାସ:ସଙ୍ଗୀତ ପରି ନାଚ ମଧ୍ୟ ପ୍ରେମୀ ଯୁଗଳଙ୍କ ଭିତରେ ଥିବା ଦୂରତା କମାଇଥାଏ । ଜୀବନକୁ ରଙ୍ଗୀନ କରାଇଥାଏ । ଏଥିପାଇଁ ଆପଣ କୌଣସି ନୃତ୍ୟ କରିପାରିବେ । ଯାହାକୁ ଆପଣ ଓ ଆପଣଙ୍କ ଜୀବନସାଥୀ ଅତି ସହଜରେ ଗ୍ରହଣ କରିପାରିବେ ।
ବଣଭୋଜି : ଜୀବନସାଥୀ ଗୃହିଣୀ ବା ଚାକିରି ଥାଆନ୍ତୁ, ସେମାନେ ସବୁବେଳେ ସାଥୀଙ୍କ ସହିତ ଜୀବନ ଅତିବାହିତ କରିବାକୁ ଚାହୁଁଥିବେ । ମାତ୍ର କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେହି ସୁଯୋଗ ମିଳେନି । ତେଣୁ ପିକନିକ (ବଣଭୋଜି) କରିବାକୁ ଯାଆନ୍ତୁ । ଚେଷ୍ଟା କରନ୍ତୁ ଏକୁଟିଆ ସମୟ ବିତାଇବାକୁ ।
ଲଙ୍ଗ ଡ୍ରାଇଭ୍ : ସହରୀ ଜୀବନରେ ସାଥୀଙ୍କ ସହିତ ଲଙ୍ଗ ଡ୍ରାଇଭ (ଲମ୍ବାଯାତ୍ରା)ରେ ଯାଆନ୍ତୁ । ଏହାକୁ ଜାରି ରଖନ୍ତୁ । ଏହା ଦ୍ୱାରା ଆପଣ ଓ ଆପଣଙ୍କ ଜୀବନ ସାଥୀଙ୍କ ମଧ୍ୟରେ ଥିବା ସମ୍ପର୍କ ମଧୁର ହେବ ।
ପ୍ରେମ ଚିଠି : ବର୍ତ୍ତମାନ ସୋସିଆଲ ମିଡିଆ ବହୁ ଆଗକୁ ଗଲାଣି । ଜନ୍ମ ଦିନ ବା ବିବାହ ବାର୍ଷିକ ଅଭିନନ୍ଦନ ବିଭିନ୍ନ ସୋସିଆଲ ମିଡିଆରେ ଦେଉଛନ୍ତି । କିନ୍ତୁ ପ୍ରକୃତ ପ୍ରେମ ଚିଠିରେ ଥାଏ । ତେଣୁ ସେହି ଚିଠି ମନେ ପକାନ୍ତୁ । ଯେଉଁ ଚିଠିରେ ଆପଣ କେବେ ନା କେବେ ଆପଣଙ୍କ ପ୍ରେମିକ ଦେଇଥିବେ । ସୋସିଆଲ ମିଡିଆ ଜମାନାରେ ଚିଠି ଲେଖିବା ଦ୍ୱାରା ଆପଣଙ୍କ ପ୍ରେମ ସମ୍ପର୍କ ସୁଦୃଢ଼ ହେବ ।
ବସ୍ରେ ଯାତ୍ରା : ବସ୍ରେ ଯାତ୍ରା କରିବା କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଏହା ସତ କଥା । ଜଞ୍ଜାଳମୟ ଜୀବନରୁ ଫୁରସତ ପାଇଲେ ବସ୍ରେ ଯାତ୍ରା କରନ୍ତୁ । ଚେଷ୍ଟା କରନ୍ତୁ ସାଥୀରେ ବସିବା ପାଇଁ । ବସ୍ ସିଟ୍ରେ ବସିବା ବେଳେ ପରସ୍ପର ହାତ ଧରି ବସନ୍ତୁ । ଏହା ଦ୍ୱାରା ସମ୍ପର୍କ ସୁଦୃଢ଼ ହୋଇଥାଏ ।
ଆପଣଙ୍କ ପାଖରେ ଯଦି ଡିଭିଡି ପ୍ଲେୟର ଅଛି, ଇଣ୍ଟରନେଟ ରହିଛି, ତାହା ହେଲେ ମନ ପସନ୍ଦର ଫିଲ୍ମ ଏକାଠି ବସି ଦେଖନ୍ତୁ । ଚାହିଁଲେ ପପ୍କର୍ଣ୍ଣ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ପ୍ରସ୍ତୁତ କରି ଖାଆନ୍ତୁ । ଏହା ଦ୍ୱାରା ସମ୍ପର୍କ ବଢ଼ିଥାଏ । ସମ୍ପର୍କରେ ଭଟ୍ଟା ଥିଲେ ଦୂର ହୋଇଥାଏ ।