ଅବସରପ୍ରାପ୍ତ ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ପ୍ରମୋଦ କୁମାର ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ପ୍ରମୋଦ କୁମାର ଦାସ ସ୍ମୃତି କମିଟି ଆନୁକୁଲ୍ୟରେ ଅବସରପ୍ରାପ୍ତ ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ତଥା ସମାଜସେବୀ ପ୍ରମୋଦ କୁମାର ଦାସଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଭରତପୁରସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଶୁଭାଂଶୁ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥ ମୁଖ୍ୟ ଅତିଥି, ହେନ୍ତାଳ ପତ୍ରିକାର ମୁଖ୍ୟ ସମ୍ପାଦକ କବି ହେମନ୍ତ କୁମାର ରାଉତ ମୁଖ୍ୟବକ୍ତା, କେନ୍ଦ୍ରାପଡା ବିକାଶ ପରିଷଦର ସମ୍ପାଦକ ଅଧ୍ୟାପକ ଅଜୟ କୁମାର ସାମଲ, ପ୍ରାକ୍ତନ ଡେପୁଟୀ କଲେକ୍ଟର ବିଜୟ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଆଇନଜୀବି ପ୍ରଦୀପ କୁମାର ଦାଶ, ଆମ ଗାଁ ସାହିତ୍ୟ ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକ, ଉପସଭାପତି ରାମକୃଷ୍ଣ ଦାଶ, ସତୀର୍ଥର ସଭାପତି ଅମର କୁମାର ରାଉତ ଓ ସ୍ୱର୍ଗତ ଦାସଙ୍କ ସୁପୁତ୍ର ସୁଶାନ୍ତ କୁମାର ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କର ଜୀବନାଦର୍ଶ ଓ ସାମାଜିକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉପାନ୍ତ ଅଂଚଳ ଅବିଭକ୍ତ କୋରାପୁଟ ଜିଲ୍ଲା ଠାରୁ ଆରମ୍ଭ କରି ଉପକୂଳ ଅଚଂଳ ଅବିଭକ୍ତ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରେ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବେ ଓ ଶେଷରେ କେଉଁଝର ଜିଲ୍ଲାର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଭାବେ କାର୍ଯ୍ୟ କରିବା ସମୟରେ କିଭଳି ସାଧାରଣ ଜନତାଙ୍କ କଲ୍ୟାଣ ପାଇଁ ବିଭିନ୍ନ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟକରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସଂଶନୀୟ ହୋଇପାରିଥିଲେ ସେ ସମ୍ପର୍କରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଲୋକସେବା ଭବନରେ କାର୍ଯ୍ୟରତ ଉପ ଶାସନ ସଚିବ ମନୋରଞ୍ଜନ ଦାସ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ବେତାର କଣ୍ଠଶିଳ୍ପି କ୍ଷୀରୋଦ ଚନ୍ଦ୍ର ନାଥ, ପାଲା ଗାୟକ ଗଗନ ବିହାରୀ ସିଂ, ପ୍ରଫୁଲ୍ଲ କୁମାର ଦାସ, ସଙ୍ଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସ, ବରିଷ୍ଠ ଶିକ୍ଷକ ନେତା ଅବନୀ କୁମାର ମହାନ୍ତି, ସମରେନ୍ଦ୍ର ଜେନା, ସଞ୍ଜୟ ନାୟକ,ନନ୍ଦ କିଶୋର ରାଉତ, ମେଜର ଭରତ ଚନ୍ଦ୍ର ଜେନା, କବି ଶୈଳଜାଶଙ୍କର ସାମଲ, ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ସଭାପତି ଶାରଦା ପ୍ରସନ୍ନ ମହାନ୍ତି, ଶ୍ରୀଧର ଭୋଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଦାସଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନାକରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆମ ଗାଁ ସାହିତ୍ୟ ପରିଷଦର ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ପ୍ରତିଷ୍ଠାତା ସମ୍ପାଦକ ତଥା କଟକ ଜିଲ୍ଲା ପାନୀୟ ଜଳ ଓ ପରିମଳ ମିଶନର ସଂଯୋଜକ ସୁଧାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ