କାର୍ଗିଲ ଛକରେ ସ୍କୁଟି -ପିକ୍ଅପ ଭେନ ମୁହାଁମୁହିଁ ;ସ୍କୁଟି ଆରୋହି ଅବସରପ୍ରାପ୍ତ ଗ୍ରାମସେବକ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ହାଟବାଦଡା ଫାଣ୍ଡି ଅନ୍ତର୍ଗତ କାର୍ଗିଲ ଛକରେ ୫ଟା୫.୩୦ପାଖାପାଖି ସମୟରେ ଏକ ହୁଣ୍ଡାଇ ସ୍କୁଟି ଏକ୍ଟିଭା ସହ ପିକ୍ଅପ ଭେନର ଧକ୍କା ହୋଇଥିଲା । ସ୍କୁଟି ଆରୋହୀ ରକ୍ତଜୁଡୁ ଅବସ୍ଥାରେ ରାସ୍ତାରେ ଛିଟିକି ପଡିଥିଲେ । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ପୋଲିସ ଗାଡି ଦୁଇଟିକୁ ଜବତ କରିଛି ।ମୃତକର ନାମ ଗୋପିନାଥ ମହାନ୍ତ (୭୦)ଘର -ଚିଙ୍ଗୁଡ଼ିପୋଖରୀ । ଗୋପୀନାଥ ମହାନ୍ତ ଅବସରପ୍ରାପ୍ତ ଗ୍ରାମସେବକ ଥିଲେ ।ପୋଲିସ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ