ହିତାଧିକାରୀ ଝିଲ୍ଲୀ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସ୍ଥାନୀୟ ହିଞ୍ଜିଳି ବ୍ଲକ ଖରିଡା ପଞ୍ଚାୟତ ଅନ୍ତର୍ଗତ ଗିରିଆ ନାରାୟଣ ପୁର ଗ୍ରାମର ଝିଲ୍ଲୀ ଦଳାଇ ବିଜୁ ପକ୍କା ଘର ଯୋଜନାରେ ଜଣେ ଗରିବ ହିତାଧିକାରୀ ଭାବେ ଆବାସ ଗୃହ ଖଣ୍ଡିଏ ପାଇ ନିର୍ମାଣ କରିଥିଲେ।ସରକାରଙ୍କ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଉକ୍ତ ବାସପଯୋଗୀ ଗୃହ ଖଣ୍ଡିକ ନିର୍ମିତ କରି ସେ ପ୍ରୋତ୍ସାହନ ରାଶି ମଧ୍ୟ ପାଇଥିଲେ।ଝିଲ୍ଲୀ ବାସଗୃହ ଟିଏ ପାଇ ଅତ୍ୟନ୍ତ ଖୁସି ଅନୁଭବ କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ମହନୀୟ କାର୍ଯ୍ୟ ପ୍ରତି ଅନୁରକ୍ତି ପ୍ରକାଶ କରି କୃତଜ୍ଞତା ଜ୍ଞାପନ କରିଥିଲେ।ଏହି ମର୍ମରେ ମୁଖ୍ୟମନ୍ତ୍ରୀ,ବିଜୁ ପକ୍କାଘର ଯୋଜନାର ହିତାଧିକାରୀ ଝିଲ୍ଲୀଙ୍କୁ ଏକ ଶୁଭେଚ୍ଛା ବାର୍ତ୍ତା ଗଞ୍ଜାମ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିଛନ୍ତି।ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ଶେରଗଡ଼ ବିଡ଼ିଓ ସୁରଞ୍ଜନ ସାହୁ,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ପ୍ରମୁଖ ଝିଲ୍ଲୀଙ୍କ ବାସ ଗୃହରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଚ୍ଛା ବାର୍ତ୍ତାକୁ ପ୍ରଦାନ କରିଥିଲେ।ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୃତ ହୋଇଥିବା ସମ୍ପୃକ୍ତ ଗ୍ରାମର ହିତାଧିକାରୀ ଭିକାରୀ ଦଳାଇ ଓ ବାଲାଜି ଦଳାଇଙ୍କ ଆଦର୍ଶ ଗାଈ ଗୁହାଳ, ଜିଆଖତ କୁଣ୍ଡ, ଆଜଲା କୁଣ୍ଡ ଓ ମୋ ଉପକାରୀ ବଗିଚା ସ୍ଥଳୀ ପରିଦର୍ଶନ କରି ଉତ୍ସାହିତ କରିଥିଲେ।ଜିଲ୍ଲାପାଳଙ୍କ ସହ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀଜାନକୀ ପାତ୍ର, ପିଇଓ ସୁଶାନ୍ତ କୁମାର ପାତ୍ର, ସରପଞ୍ଚ ରଘୁନାଥ ବେହେରା, ସଭ୍ୟା ରାଣୀ ପ୍ରଧାନ,ମନୋଜ ପ୍ରଧାନ, ବଳରାମ ଦଳାଇ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ