ଫୋସିଲ୍ ୱାଚ୍ ସହିତ ବରୁଣ ଧାୱନ ମିଳିତ ହେଲେ

ଫୋସିଲ୍ ୱାଚ୍ ବ୍ରାଣ୍ଡର ଅଲ୍-ନିୟୁ- ଲିମିଟେଡ୍ ଏଡିଶନ୍ରେ ବରୁଣ ଧାୱନ ମିଳିତ ହୋଇଛନ୍ତି । ଫୋସିଲ୍  ର କ୍ୟୁରେଟର ସିରିଜ୍ରେ ଧାୱନଙ୍କ ପସନ୍ଦର ବହୁ କଲେକସନ୍ ମହଜୁଦ୍ ରହିଛି ।ଏହି ନୂଆ ସିରିଜ୍ ୱାଚ୍ରେ ବ୍ଲାକ୍ ଡାଏଲ୍ ସହିତ ବରୁଣଙ୍କର ସିଗ୍ନେଚର ଏହାର ଘଂଟାକଂଟା, ମିନିଟ୍ କଂଟା ଏବଂ ସେକେଣ୍ଡ୍ କଂଟା ଆଦି ୩ଟି କଂଟାରେ ରହିଛି । ଏହା ବ୍ଲାକ୍ ଷ୍ଟିଲ୍ ବ୍ରାସଲେଟ୍ ଏବଂ ବ୍ଲାକ୍ ସିଲିକନ୍  ଷ୍ଟ୍ରାପ୍ ସହିତ କ୍ରକ୍ ପାର୍ଟନ ଆଦି ୨ଟି ପ୍ରମିୟମ୍ ଷ୍ଟ୍ରାପ୍ ଚଏସ୍ରେ ଉପଲବ୍ଧ ହେଉଛି ।  ଫୋସିଲ୍ ମ୍ୟାଜିକ୍ ବସ୍ ଏନଜିଓ ସହିତ ମିଳିତ ହୋଇଛି । ଏହା ଉପେକ୍ଷିତ ଶିଶୁଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ  କାର୍ଯ୍ୟ କରୁଛି । ଇତିମଧ୍ୟରେ ମ୍ୟାଜିକ୍ ବସ୍ ଭାରତର ୩୭୫,୦୦୦ଶିଶୁ ଏବଂ ୧୦୦,୦୦୦  ଯୁବବର୍ଗଙ୍କ ଆର୍ଥିକ ବିକାଶକୁ ପ୍ରଶସ୍ତ କରାଇ ପାରିଛି ।  ଏହି ୱାଚ୍ ଫୋସିଲ୍ ଏବଂ ଏହାର ଅଂଶୀଦାର ଶପ୍ରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୧୩,୯୯୫ ଟଙ୍କା  ରହିଛି ।  ଏହି ଅବସରରେ ସେଲିବ୍ରିଟି ତଥା ବ୍ରାଣ୍ଡ୍ ଆମ୍ବାସଡ଼ର୍ ବରୁଣ ଧାୱନ କହିଲେ, “ଫୋସିଲ୍ ଏକ  ଆଇକନିକ୍ ବ୍ରାଣ୍ଡ୍ । ଏହା ମୋ ପସନ୍ଦ ଉପଯୋଗୀ । ଏହା ମୋ ଷ୍ଟାଇଲ୍କୁ ବିକଶିତ କରିପାରିଥାଏ ।
ଏଥିରେ ସୃଜନଶୀଳତା ଭରି ରହିଛି । ମୋର ଆଶା ପ୍ରତ୍ୟେକ ଗ୍ରାହକ ଏହି ୱାଚ୍କୁ ବିଶେଷ ପସନ୍ଦ  କରିବେ” ।  ଏହି ଅବସରରେ ଫୋସିଲ୍ ଗ୍ରୁପ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜନ୍ସନ୍ ଭର୍ଗିଜ୍ କହିଲେ,  “ବରୁଣଙ୍କ ଉପଯୋଗୀ ୱାଚ୍ର ବଜାର ପ୍ରବେଶ କରାଇଥିବାରୁ ଆମେ ବେଶ୍ ଆନନ୍ଦିତ । ଏହା ଫୋସିଲ୍ର
ନୈତିକତାକୁ ରୁଦ୍ଧିମନ୍ତ କରାଇବ । ଏହି ୱାଚ୍ ବରୁଣଙ୍କ ବ୍ୟକ୍ତିଗତ ଷ୍ଟାଇଲ୍କୁ ପରିପ୍ରକାଶ କରିବାକୁ  ସକ୍ଷମ” ।  ଏହି ୱାଚ୍ରେ କ୍ୱାର୍ଜ କ୍ରୋନୋଗ୍ରାଫିକ୍ ମୁଭମେଂଟ୍, ୫ଏଟିଏମ୍ରେ ଏହା ଜଳପ୍ରତିରୋଧୀ ଭାବେ କାର୍ଯ୍ୟ  କରିବ । ଷ୍କେନ୍ଲେସ୍ ଷ୍ଟିଲ୍ ବ୍ଲାକ୍ ଆଇପି ବ୍ରାସଲେଟ୍, ଅତିରିକ୍ତ ସିଲିକନ୍ ଷ୍ଟ୍ରାପ୍ ସହିତ କୋକୋଡାଇଲ୍  ଟେକ୍ସର ଯୁକ୍ତ, ଏଥିରେ ପଲିଶ୍ ଭି ଅକ୍ଷର ରହିଛି । ଏହାର ବ୍ୟାସ୍ ୪୫ମିମି ଥିବାବେଳେ ଏଥିରେ ବରୁଣଙ୍କ    ଜନ୍ମ ତାରିଖ ୧୯୮୭/୪/୨୪ ଖୋଦିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ