ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ମାମା ଗଲା ଭୁବନେଶ୍ୱର ଏମସ୍
କୋଦଳା,(ଗୁଲସନ କୁମାର କର): ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆର.ବି.ଏସ.କେ ଟିମ୍ ର ଆୟୁଷ ଡ଼ଃ ଜୟଦେବ ନାୟକ ଓ ଅନ୍ତ ନାରାୟଣ ପ୍ରହରାଜ ମାମା ନାୟକଙ୍କୁ ତାଙ୍କ ଘରୁ ଗାଡ଼ିରେ ଭୁବନେଶ୍ୱର ଏମସ୍ ମେଡିକାଲ ମାଗଣା ଚିକିତ୍ସା ପାଇଁ ନେଇଛନ୍ତି । ସୂଚନାଯୋଗ୍ୟ ଯେ ବେଗୁନିଆପଡା ବ୍ଲକର ଷଣ୍ଢମୂଳ ଗ୍ରାମର ନିରଞ୍ଜନ ନାୟକଙ୍କ ପାଞ୍ଚ ବର୍ଷର ଝିଅ ମାମା ନାୟକ ଯାହାରକି ପିଲାଟି ଦିନରୁ ଖାଦ୍ୟନଳୀ ଶରୀର ବାହାରେ ଝୁଲି ରହିଛି। ଏହାର ଚିକିତ୍ସା ପାଇଁ ଆର.ବି.ଏସ.କେ ଡାକ୍ତର ଟିମ୍ ପୂର୍ବରୁ ମାଗଣା ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସାଙ୍ଗରେ ନେଇକି ଯାଇଥିଲେ ଓ ସେଠାରେ ସମସ୍ତ ପ୍ରକାରର ପରୀକ୍ଷା ଓ ଚିକିତ୍ସା କରାଇ ଆସିଥିଲେ । ପୁନର୍ବାର ଉତ୍ତମ ଚିକିତ୍ସା ପାଇଁ ଡ଼ଃ ଜୟଦେବ ନାୟକଙ୍କ ତତ୍ୱାବଧାନରେ ଭୁବନେଶ୍ୱରସ୍ଥିତ ଏମସ୍ କୁ ନିଆଯାଇଛି ।


