ପରିମଳ ବ୍ୟବସ୍ଥା ପାଇଁ ମହିଳା ଗାଡି ଚାଳକ

ବୁଗୁଡା, (ଅନିଲ କୁମାର ମହାରଣା): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଦ୍ୱାରା ଉପକୃତ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଥବା ବେଳେ ପୁଣି ଗ୍ରହଣ କରିଛି ଏକ ନୂତନ ପଦକ୍ଷେପ।ବୁଗୁଡା ଏନଏସି ପକ୍ଷରୁ ସ୍ୱୟଂ ସହାୟକ ଗୃପର ବବି ବେହେରା ଓ ଦୀପା ନାୟକଙ୍କୁ ପ୍ରଦାନ କରାଯାଇଛି ଦୁଇଟି ବ୍ୟାଟେରୀ ଚାଳିତ ଗାଡି। ଏହି ବ୍ୟାଟେରୀ ଚାଳିତ ଦ୍ୱାରା ବୁଗୁଡା ଏନଏସି ର ବିଭିନ୍ନ ୱାର୍ଡରୁ ଆବର୍ଜନା ପରିବହନ ହେବା ସହ ଦୁଇ ମହିଳା ସ୍ୱବାଲମ୍ବୀ ହୋଇପାରିବେ। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଭଞ୍ଜନଗର ଉପଜିଲ୍ଲାପାଳ ତଥା ବୁଗୁଡା ଏନଏସିର ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ମିଞ୍ଜ ସବୁଜ ରଙ୍ଗର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ଡିସେମ୍ବର ୧୭ ତାରିଖ ଦିନ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ତହସିଲଦାର ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ। ବୁଗୁଡା ଏନଏସି ପକ୍ଷରୁ ଅନ୍ୟ ଏକ କାର୍ଯ୍ୟକ୍ରମ ଏନଏସି କଲ୍ୟାଣି ମଣ୍ଡପ ପରିସରରେ ମଧ୍ୟ ଆଜି ଅନୁଷ୍ଠିତ ହୋଇଥିଲା। ପୋଲସରା ବିଧାୟକ ଶ୍ରୀ ସାହୁ ଓ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ବୁଗୁଡା ଏନଏସିର ୪୦ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟ ତହସିଲଦାର ଶ୍ରୀଜେନା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ